ବୟଫ୍ରେଣ୍ଡ ସନ୍ଧାନରେ ମଡେଲ ଆର୍ସି, ଟିମ୍ ଇଣ୍ଡିଆ ବିଜୟରେ ଖୋଲିଥିଲେ ପୋଷାକ

0 125

ନୂଆଦିଲ୍ଲୀ : ନିଜର ଅଜବ ଖିଆଲ ଓ କାର୍ଯ୍ୟ ପାଇଁ ପ୍ରାୟ ସମୟରେ ଚର୍ଚ୍ଚାରେ ରହୁଥିବା ମଡେଲ ଅର୍ସି ଖାଁ କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ୨୦୧୬ ଟି-୨୦ ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ ପୂର୍ବରୁ ଅର୍ସି କହିଥିଲେ ଯେ, ଟିମ୍ ଇଣ୍ଡିଆ ଜିତିଲେ ସେ ଶରୀରରୁ ପୋଷାକ କାଢି ଦେବେ । ସତକୁ ସତ ସେ ତାହା ମଧ୍ୟ କରି ଦେଖାଇଲେ । କେବଳ ସେତିକି ନୁହେଁ ସେ ତାହାର ଭିଡିଓ ମଧ୍ୟ ପୋଷ୍ଟ କଲେ । ଏବେ ଆଉ ଏକ ଦିଗକୁ ନେଇ ଏହି ମଡେଲ ଚର୍ଚ୍ଚାକୁ ଆସିଛନ୍ତି ।

hiring

ଅର୍ସି ବର୍ତ୍ତମାନ ବୟଫ୍ରେଣ୍ଡ ସନ୍ଧାନରେ ଥିବା କଥା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୋର ଏକ ବଡ ଅବଶୋଷ ଯେ, ବର୍ତ୍ତମାନ ସୁଦ୍ଧା ମୋର କେହି ବୟଫ୍ରେଣ୍ଡ ନାହିଁ । କିନ୍ତୁ ମୁଁ ବର୍ତ୍ତମାନ ଅନୁଭବ କରୁଛି ଯେ, ବୟଫ୍ରେଣ୍ଡ ଖୋଜିବା ଲାଗି ଏବେ ସମୟ ଆସିଯାଇଛି । ବିଶ୍ୱାସ ଯେ, ମୋତେ ଜଣେ ଉପଯୁକ୍ତ ବୟଫ୍ରେଣ୍ଡ ଖୁବଶୀଘ୍ର ମିଳିଯିବ ବୋଲି ସେ କହିଛନ୍ତି । ପୂର୍ବରୁ ଏହି ମଡେଲ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦିଙ୍କ ସହ ସଂପର୍କ ଥିବା ଦାବି କରିଥିଲେ । କେବଳ ସେତିକି ନୁହେଁ ସେମାନଙ୍କର ଏକ ସନ୍ତାନ ଅଛି ବୋଲି ମଧ୍ୟ ପ୍ରକାଶ କରିଥିଲେ । କିନ୍ତୁ ଆଫ୍ରିଦୀ ପରେ ତାଙ୍କର ଏଭଳିଦାବିକୁ ଖଣ୍ଡନ କରିଥିଲେ । ଅର୍ସି ନିକଟରେ ମଧ୍ୟ ଆଫ୍ରିଦୀଙ୍କ ସହ କୌଣସି ସଂପର୍କ ନଥିବା କଥା କହିଛନ୍ତି ।

hiranchal ad1
Leave A Reply

Your email address will not be published.

3 × four =