ଦାରିଙ୍ଗବାଡି,୨୭/୫- କୋଭିଡ ନିୟମ ଉଲ୍ଲଂଘନ କରି ବାହାଘର ଭୋଜି ଆୟୋଜନ ହେଉଥିବା ବେଳେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ କୌଶିକ ମାଝୀ ମିଳିତ ଭାବେ ଭୋଜିରେ ଚଢ଼ଉ କରି ଆୟୋଜକ କିରଣ ପ୍ରଧାନଙ୍କ ଠାରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଦାରିଙ୍ଗବାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଦାଦାଡ଼ି ଗ୍ରାମରରେ କିରଣ ପ୍ରଧାନ ବାହା ହେଉଥିବାବେଳେ ଏକ ବଡ଼ ଭୋଜିର ଆୟୋଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଲୋକ ରହିଥିବା ବେଳେ ସାମାଜିକ ଦୂରତା କିମ୍ବା ମାସ୍କ ବ୍ୟବହାର କରାଯାଇନଥିଲା । କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଉଲଘଂନ କରି ଚାଲିଥିଲା ଏହି କାର୍ଯ୍ୟକ୍ରମ । କୌଣସି ସୂତ୍ରରୁ ଖବରପାଇ ଦାରିଙ୍ଗବାଡି ତହସିଲଦାର, ଥାନା ଅଧିକାରୀଙ୍କ ସହ ରାଜସ୍ୱ ବିଭାଗର କର୍ମଚାରୀ ଓ ପୋଲିସ କର୍ମଚାରୀ ଘଟଣା ପହଞ୍ଚି ଆୟୋଜକ କିରଣ ପ୍ରଧାନଙ୍କୁ ୨୦ ହଜାର ଟଙ୍କା ଜୋରିମାନା ପକାଇ ଉକ୍ତ ଭୋଜି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ ।