ଗୁଢିଆଳିରେ କରୋନା ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ

0 222

ବୌଦ୍ଧ/ଜହ୍ନାପଙ୍କ,୨୭/୫- ବର୍ତ୍ତମାନ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର କାରଣ ହେଉଛି ଗାଁ ରେ ବିବାହ ଭୋଜିର ଆସର । ଗ୍ରାମାଞ୍ଚଳରେ ଏବେ ଥଣ୍ଡା, କାଶ, ଜ୍ୱର ଲାଗିରହିଛି । ଲୋକମାନେ କରୋନା ପରୀକ୍ଷା ଭୟରେ ମେଡିକାଲ ଯାଉନାହାଁନ୍ତି । କ୍ୱାକ ମାନଙ୍କଠାରୁ ଔଷଧ ଖାଇ ଭଲ ହେଉଥିବାବେଳେ ଆଉ କେତେ ଭଲ ହେଉନଥିବାରୁ ଶେଷ ମୁହୂର୍ତ୍ତରେ ପରୀକ୍ଷା କରାଇ ମୃତ୍ୟୁମୁଖରେ ପଡୁଥିବା ସାଧାରଣରେ ଆଲୋଚନା ହେଉଛି । ଆଜି ଗୁଢିଆଳିରେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ଥିବାରୁ ଆଜି ମେଡ଼ିକାଲ ଟିମ ପକ୍ଷରୁ ଗୁଢିଆଳି ଗ୍ରାମରେ କରୋନା ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ କରାଯାଇଛି । ୫୦୪ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିବା ଜଣାପଡିଛି । ମେଡ଼ିକାଲ ଟିମରେ ସ୍ୱାସ୍ଥ୍ୟ କର୍ମୀ ପ୍ରଶାନ୍ତ ପାଣିଗ୍ରାହୀ, ତେଜସ୍ୱିତ ପଟ୍ଟନାୟକ, ବୀଣାପାଣି ଭୋଇ, ଜିତେନ୍ଦ୍ର ଛତ୍ରୀଆ ଓ ଆକାଶ ପତଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

16 + eight =