ହରଭଙ୍ଗା୨୮/୫- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ହରଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୫ଟି ରୂପାନ୍ତରଣର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମୁରଲୀଧର ରଣାଙ୍କ ଆବାହକତ୍ୱରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ । ସହକାରୀଯନ୍ତ୍ରୀ ଅର୍ଜୁନ ଗଡନାୟକ, କନିଷ୍ଠଯନ୍ତ୍ରୀ ଦିବ୍ୟଲୋଚନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ୫ଟିର ସମସ୍ତକାଯ୍ୟ କରିବାପାଇଁ ପୂର୍ବତନ ସରପଞ୍ଚ ହରଭଙ୍ଗା ସୁବୋଧ ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ ପାଇଁଁ ୭ ଜଣିଆ କମିଟି ଗଠନ କରାଯାଇଥିଲା । ବିଦ୍ୟାଳୟର ଉନ୍ନତି ପାଇଁଁ ସମସ୍ତ ସଭ୍ୟମାନେ ଏକମତ ହୋଇଥିବାବେଳେ ଆସନ୍ତା ରବିବାର ଦିନ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ଆରମ୍ଭହେବ ବୋଲି ନିଷ୍ପତି ନିଆଯାଇଥିଲା । ବୈଠକରେ ସ୍ଥାନୀୟ ସରପଞ୍ଚ ସୁମଞ୍ଜି ଲାଲ, ସମିତିସଭ୍ୟ ଦିନେଶ ସାହୁ, ସ୍କୁଲ କମିଟି ସଭାପତି ନିର୍ମଳ ଗୁପ୍ତା, ମୋ ସ୍କୁଲ ସଭାପତି ଜ୍ୟୋତିର୍ମୟୀ ଦାସଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।