ଚଳିତବର୍ଷ ଓଡିଶାରେ ସ୍ୱାଭାବିକ ରହିବ ମୌସୁମୀ

0 64

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ମୌସୁମୀ ଏବେ ଶ୍ରୀଲଙ୍କାରେ ପହଞ୍ôଚଛି । ଆସନ୍ତା ଦୁଇଦିନ ମଧ୍ୟରେ ଏହା କେରଳ ଛୁଇଁବ ବୋଲି ଆକଳନ କରାଯାଉଛି । କେରଳ ଛୁଇଁବାର ୧୦/୧୨ ଦିନ ପରେ ଏହା ଓଡିଶା ଛୁଇଁବ ବୋଲି ଆଶା କରାଯାଉଛି । ସମ୍ଭବତଃ ଜୁନ ୧୩ରୁ ୧୭ ମଧ୍ୟରେ ଏହା ଓଡିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି କେରଳ ଛୁଇଁବାର ୧୦/୧୨ଦିନ ପରେ ଚଳିତବର୍ଷ ମୌସୁମୀ ଛୁଇଁବ । କିନ୍ତୁ ପୂର୍ବରୁ ସ୍ୱାଭାବିକ ଭାବେ ଏହା ଜୁନ ପ୍ରଥମ ସପ୍ତାହରେ ଓଡିଶା ଛୁଇଁଥାଏ । ତେବେ ଚଳିତ ମୌସୁମୀବାୟୁ ଓଡିଶାରେ ସ୍ୱାଭାବିକ ବର୍ଷା କରାଇବ । ଜୁନରେ ସ୍ୱାଭାବିକଠାରୁ ସାମାନ୍ୟ ଅଧିକ ବର୍ଷା ହୋଇପାରେ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୧୦୧ ପ୍ରତିଶତ ବର୍ଷା ଆକଳନ କରାଯାଉଛି । କେନ୍ଦ୍ର ଭାରତରେ ଏହା ୧୦୬ପ୍ରତିଶତ ବର୍ଷିବ ବୋଲି ଆକଳନ କରାଯାଉଛି । ଚଳିତ ଲଘୁଚାପଜନୀତ ବର୍ଷା ଯୋଗୁଁ ମୌସୁମୀ ବର୍ଷା ପ୍ରଭାବିତ ହେବନାହିଁ । ଉଲ୍ଲେଖ ଯୋଗ୍ୟ ଯେ ଓଡିଶାକୁ ମୌସୁମୀ ଛୁଇଁଲା ବେଳକୁ ଓଡିଶାରେ ଗଣପର୍ବ ରଜ ଉତ୍ସବ ପାଳନ ହେଉଥିବ । ମହାମାରୀ କରୋନା ପାଇଁ ଲକଡାଉନ ଓ ସଟଡାଉନ ଜାରି ରହିଥିବାରୁ ରଜ ଉତ୍ସବ ସାମାଜିକସ୍ତରରେ ପାଳନ ହେଉନଥିଲେ ମଧ୍ୟ ରଜ ମଉଜ ସମୟରେ ମୌସୁମୀ ଭିଜାଇବ ବୋଲି ଆଶଙ୍କା କରାଯାଉଛି ।

hiranchal ad1
Leave A Reply

Your email address will not be published.

1 × five =