ଗତ ମେ ମାସ ୨୨ ତାରିଖରେ ଭାରତୀୟ ସଂଗୀତ ଜଗତରେ ଅନ୍ୟତମ ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲଙ୍କ ପରିବାରକୁ ଜଣେ ନୂଆ ଅତିଥିଙ୍କ ପଦାର୍ପଣ ହୋଇଛି । ସେ ହେଉଛନ୍ତି ଶ୍ରେୟାଙ୍କ ପୁତ୍ର ସନ୍ତାନ । ଶ୍ରେୟା ଆଜି ଫେସବୁକରେ ତାଙ୍କ ନବଜାତ ପୁତ୍ରର ଫଟୋ ସେୟର କରିଛନ୍ତି । ଏହି ଫଟୋରେ ତାଙ୍କ ସ୍ୱାମୀ ମଧ୍ୟ ଅଛନ୍ତି । ଶ୍ରେୟା କହିଛନ୍ତି, ପୁଅ ଦିବ୍ୟାନ ମୁଖୋପାଧ୍ୟାୟ ଆମ କୋଳମଣ୍ଡନ କରିବା ସହ ଆମର ଜୀବନରେ ଚିରୋଦିନ ପାଇଁ ଏକ ପରିବର୍ତ୍ତନ ଆଣିଛନ୍ତି । ତାଙ୍କର ପ୍ରଥମ ଝଲକରେ ଆମର ହୃଦୟ ସ୍ନେହ ଓ ପରମତୃପ୍ତିରେ ପରିପୂର୍ଣ୍ଣ ହୋଇଛି । ଜଣେ ମା ଓ ପିତା ତାହର ମର୍ମ ହୃଦୟଙ୍ଗମ କରିପାରିବେ । ଏହା ସଂପୂର୍ଣ୍ଣ ଭାବେ ଏକ ଅନିୟନ୍ତ୍ରିତ ଓ ଭାବବିହ୍ୱଳ କଲାଭଳି ଆନନ୍ଦ । ଏହା ଏବେବି ଏକ ସ୍ୱପ୍ନ ଭଳି ଲାଗୁଛି ।