ନିକଟରେ ଅଭିନେତା ସୋନୁ ସୁଦ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେଥିରେ ସେ ଜଣେ ୨୫ ବର୍ଷର ଯୁବକର ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୋନୁ ସୁଦ ଏବଂ ତାଙ୍କ ଦଳ ଏହି ଯୁବକଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ । କିନ୍ତୁ, ତାଙ୍କର ଉଦ୍ୟମ ସଫଳ ହୋଇପାରିଲା ନାହିଁ । ସୋନୁ ସୁଦ ଏହି ପୋଷ୍ଟକୁ ସେୟାର କରି ଲେଖିଛନ୍ତି, “୨୫ ବର୍ଷର ଯୁବକଙ୍କୁ ଆମେ ବଞ୍ଚାଇବାକୁ ଚେଷ୍ଟା କରୁଥିଲୁ, କିନ୍ତୁ ସେ ଆଜି କୋଭିଡ ଯୁଦ୍ଧରେ ହାରିଗଲେ । ତିନି ଦିନ ପର୍ଯ୍ୟନ୍ତ ସେ ମୃତ୍ୟୁ ସହ ସଂଗ୍ରାମ କରି ହାରିଯାଇଛନ୍ତି । ଏହି ବିଷୟରେ ତାଙ୍କ ପିତାମାତାଙ୍କୁ କହିବାକୁ ମୋର ସାହସ ମଧ୍ୟ ନାହିଁ । ଏହିପରି କିଛି ଘଟିବ କିଏ ଜାଣିଥିଲା ।’ ଅନ୍ୟ ଏକ ପୋଷ୍ଟରେ ସୋନୁ ଲେଖିଛନ୍ତି, “ଆଉ ଜଣେ ୨୯ ବର୍ଷର ଯୁବକ ଅଛନ୍ତି, ଯାହାକୁ ଆମେ ବଞ୍ଚାଇବାକୁ ଚେଷ୍ଟା କରୁଛୁ । ତାଙ୍କ ଅବସ୍ଥା ମଧ୍ୟ ଗୁରୁତର, ତାଙ୍କୁ ତେଲେଙ୍ଗାନାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଦୁଃଖୀ ଭଉଣୀଙ୍କୁ ୨୦ ମିନିଟ୍ କଥା ହୋଇ ତାଙ୍କୁ ଆଶା ଦେଇଥିଲେ । ଭଗବାନ ଦୟା କରନ୍ତୁ । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଠାରୁ କରୋନା ମହାମାରୀ ମଧ୍ୟରେ ଅସହାୟ ଲୋକଙ୍କୁ କୌଣସି ପ୍ରକାରେ ସାହାଯ୍ୟ କରିବାକୁ ସୋନୁ ସୁଦ କ୍ରମାଗତ ଭାବରେ କାର୍ଯ୍ୟ କରିଆସୁଛି ।