ମୀନାକ୍ଷୀ ଦେବୀଙ୍କ ବିୟୋଗରେ ବୌଦ୍ଧ ଉତ୍କଳ ସାହିତ୍ୟ ସମାଜର ଶୋକ

0 1,601

ବୌଦ୍ଧ,୩/୬ – ଓଡିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ମିନାକ୍ଷୀ ଦେବୀ ଗତକାଲି ୬୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ତାଙ୍କର ବିୟୋଗରେ ଉତ୍କଳ ସାହିତ୍ୟ ସମାଜ, ବୌଦ୍ଧ ଜିଲ୍ଲା ଶାଖାର ଆବାହକ ନୀଳଲୋହିତ ମହାପାତ୍ର, ସଂଯୋଜକ ସତ୍ୟଜିତ କୁମାର ପଣ୍ଡା ଓ ସମସ୍ତ ସଦସ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୀନାକ୍ଷୀ ଦେବୀଙ୍କ ବିୟୋଗରେ ଓଡିଆ ସାହିତ୍ୟର ଅପୂରଣୀୟ କ୍ଷତି ବୋଲି ବୌଦ୍ଧଜିଲ୍ଲା ଉତ୍କଳ ସାହିତ୍ୟ ସମାଜ ପ୍ରକାଶ କରିଛି । ମୀନାକ୍ଷୀ ଦେବୀଙ୍କ ରଚିତ ଗୀତି କବିତା, ଗଳ୍ପ, ଲଳିତ ନିବନ୍ଧ, ପ୍ରବନ୍ଧ ନାଟକ, ଜୀବନୀ, ଶିଶୁ ସାହିତ୍ୟ ପୁସ୍ତକ ଗୁଡିକ ଓଡିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଥିଲା । ଓଡିଶା ସାହିତ୍ୟ ଏକାଡେମୀ ଓ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିବା ମୀନାକ୍ଷୀ ଦେବୀ ଆକାଶବାଣୀ ଓ ଦୂରଦର୍ଶନର ସ୍ୱୀକୃତି ପ୍ରାପ୍ତ ଗୀତିକାର ଓ ନାଟ୍ୟକାର ଥିଲେ । ଓଡିଶା ଗୀତିକବି ସମାଜର ସମ୍ପାଦକ ଥିଲେ ଓ ତାଙ୍କ ଦ୍ୱାରା ଗଠିତ ସେବା ଅନୁଷ୍ଠାନ ଆଶା ଓ ଆଶ୍ୱାସନା ବେସାହାରା ଲୋକଙ୍କୁ ସେବା ଯୋଗାଇ ଆସୁଥିଲା ।

hiranchal ad1
Leave A Reply

Your email address will not be published.

eight + nine =