ଦଶପଲ୍ଲା,୪/୬- ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ଗ୍ରାମପଞ୍ଚାୟତ ନିକଟସ୍ଥ ମହିତମା ଛକରେ ଦୁର୍ଘଟଣାରେ ସୁନ୍ଦୁରୁକୁମ୍ପା ଗ୍ରାମର ୩ ଜଣ ଯୁବକ ଅତ୍ୟଧିକ ମଦ୍ୟପାନ କରି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲେ । ସେମାନେ ହେଲେ ତ୍ରିଲୋଚନ ପ୍ରଧାନ, ଆର୍ତତ୍ରାଣ ପ୍ରଧାନ, ଶାନ୍ତନୁ ମାଲିକ । ଘଟଣା ସୂତ୍ରରୁ ଜଣାପଡେ ଦ୍ରୁତଗତିରେ ଏକ ହୋଣ୍ଡା ସାଇନ୍ ଗାଡି ଓଡି୧୨ସି୬୩୧୮ରେ ଯାଉଥିଲେ । ହଠାତ ମହୀତମା ନିକଟରେ ଦୁର୍ଘଟଣା ହେବାରୁ ସେମାନେ ଗୁରୁତର ହୋଇ ନୂଆଗାଁ ଅଗ୍ନିଶମ ବାହିନୀ ଦ୍ୱାରା ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟଅବସ୍ଥା ଠିକ୍ ଥିବା ଜଣାପଡିଛି ।