ବର୍ଷାରେ ବେହାଲ ପାରଳା ସହର

0 167

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସାମାନ୍ୟ ବର୍ଷା ହେଲେ ରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । ସହରର ତଳିଆ ଅଞ୍ଚଳଗୁଡିକରେ ବର୍ଷା ପାଣି ଘରେ ପଶି ଯାଉଛି । ଏହାର ମୁଖ୍ୟ କାରଣ ହେଲା ଡ୍ରେନେଜ ସମସ୍ୟା ଯୋଗୁଁ ଠିକ ଭାବେ ଜଳ ନିଷ୍କାସନ ହୋଇ ପାରୁନାହିଁ । ଗତ ଦୁଇଦିନ ତଳେ ସାମାନ୍ୟ ବର୍ଷା ହେବାରୁ ରାସ୍ତା ସାରା ଗଦା ଗଦା ଅଳିଆ ଆବର୍ଜନା ପଡି ରହି ଥିବାର ଦେଖିବାକୁ ମିଳିଛି । ସହରରେ ଡ୍ରେନେଜ ଗୁଡିକ ପୋତି ହୋଇଯିବା ଫଳରେ ବର୍ଷା ପାଣି ସହ ଅଳିଆ ଆବର୍ଜନା ରାସ୍ତାରେ ଭାସୁଥିବାର ଦେଖିବାକୁ ମିଳିଛି । ସାମାନ୍ୟ ବର୍ଷାରେ ଡ୍ରେନ ପୋତି ହୋଇଯିବା ଫଳରେ ସହରରେ ଥିବା ପୋଲିସ ଥାନା ପରିସରରେ ଅଳିଆ ଆବର୍ଜନା ପଶିଥିବାର ଦେଖିବାକୁ ମିଳିଛି । ବର୍ଷାରେ ଏହିଭଳି ପରିସ୍ଥିତି ଉପୁଜିଥିବାରୁ ସହରବାସୀ ପୂର୍ତ୍ତ ବିଭାଗକୁ ଦାୟୀ କରିଛନ୍ତି । ଆଗକୁ ବର୍ଷା ଋତୁ ଆସିବା ପୂର୍ବରୁ ସହରରେ ଡ୍ରେନେଜ ବ୍ୟବସ୍ଥା ସୁଧାର ଆଣିବାକୁ ଦାବି ହେଉଛି ବର୍ଷା ହେବା ପରେ ସହର ଯେଉଁ ପରିସ୍ଥିତି ଉପୁଜିଲା । ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି ।

hiring

ଗୁରୁବାର ଦିନ ସହରରେ ପ୍ରଶାସନିକ ଅଧିକାରୀମାନେ ସହରର ଡ୍ରେନେଜ ବ୍ୟବସ୍ଥା ସୁଧାରିବା ସକାଶେ ତତ୍ପରତା ଦେଖାଇଛନ୍ତି । ସହରରେ ବୁଲି ସମସ୍ୟା କିପରି ସମାଧାନ ହେବ ପରଖିବା ବେଳେ ଜନ ସାଧାରଣଙ୍କ ପ୍ରଶ୍ନ ବାଣରେ ନୀରବତା ରହିବା ସହ ଏହି ସମସ୍ୟା ତୁରନ୍ତ ସମାଧାନ ହେବ ବୋଲି ମତ ପ୍ରକାଶ କରିଛନ୍ତି । ପ୍ରକାଶଥାଉ କି କିଛି ମାସ ତଳେ ସହରକୁ ସରସ ସୁନ୍ଦର କରିବା ସକାଶେ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଫାୟାର ଷ୍ଟେସନ ଛକଠାରୁ କୋର୍ଟ ଛକ ପର୍ଯ୍ୟନ୍ତ ଉଚ୍ଛେଦ ପରେ ଡ୍ରେନେଜରେ ମାଟି ଗୋଡି ସିମେଣ୍ଟ ପଡି ଯିବା ଫଳରେ ପୋତି ହୋଇ ଯାଇ ରାସ୍ତାରେ ଅପରିଷ୍କାର ଜଳ ଭାସୁଥିବାରୁ ଦେଖିବାକୁ ମିଳୁଛି । ପୂର୍ତ୍ତ ବିଭାଗ ଉଚ୍ଛେଦ ପରେ ଏଥିପ୍ରତି ତତ୍ପରତା ଦେଖାଇ ନ ଥିବାରୁ ସହରରେ ଅସନ୍ତୋଷ ଦେଖା ଦେଇଥିଲା । ପୂର୍ତ୍ତ ବିଭାଗ ବିଦ୍ୟୁତ ବିଭାଗ, ଜନସ୍ୱସ୍ଥ୍ୟ ବିଭାଗ ଉପରେ ଦୋଷ ଲଦି ଚୁପ ବସି ଥିଲା । ବର୍ଷା ହେବା ଫଳରେ ଓ ସହରବସୀ ଅସନ୍ତୋଷ ପ୍ରକାଶ କରିବାକୁ ଚେତା ପଶିଛି ବିଭାଗ କର୍ତ୍ତୃପକ୍ଷକୁ । ଦେଖାଯାଉ ଅଗକୁ ସହରରେ ଡ୍ରେନେଜ ବ୍ୟବସ୍ଥା କିପରି ସୁଧାର ଆସୁଛି ।

hiranchal ad1
Leave A Reply

Your email address will not be published.

four × five =