ନୀଳଗିରି : ଆଉ କିଛିଦିନ ପରେ ସାବିତ୍ରୀ । ସ୍ୱାମୀର ଆୟୂଷ ପାଇଁ ସ୍ତ୍ରୀ କରିଥା’ନ୍ତା ଉପାସ । ହେଲେ ନୀଳଗିରି ଥାନା ଅନ୍ତର୍ଗତ ତେଣ୍ଡା ଗାଁରେ ଯେଉଁ ଅଭାବନୀୟ ଘଟଣା ଘଟିଛି ତାହା ନିଶ୍ଚିତ ଭାବେ ସମସ୍ତଙ୍କୁ ଚକିତ କରିଦେବ । ସ୍ୱାମୀଙ୍କୁ ଫୁଙ୍କନଳାରେ ପିଟିପିଟି ସ୍ତ୍ରୀ ମାରିଦେବା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନାନୁଯାୟୀ, ସ୍ୱାମୀ ସବୁଦିନ ମଦ ପିଇ ଘରକୁ ଆସନ୍ତି । ବାଡ଼ିଆପିଟା କରିବା ସହ ନିର୍ଯ୍ୟାତନା ବି ଦିଅନ୍ତି । ତଥାପିବି ସ୍ତ୍ରୀ ସବୁ ସହି ଯାଉଥିଲେ । କିନ୍ତୁ ନାବାଳିକ ଝିଅକୁ ବାପାର ଅସଦାଚରଣ କିନ୍ତୁ ମା’ ସହିପାରିନଥିଲେ । ନାବାଳିକା ଝିଅକୁ ମଦ ପିଇ ଅସଦାଚରଣ କରିବାରୁ ଫୁଙ୍କନଳାରେ ନିଜ ସ୍ୱାମୀର ଜୀବନ ନେଇଯାଇଥିଲେ । ଯାହା ଏବେ ବେଶ ଚର୍ଚ୍ଚା ସୃଷ୍ଟିକରିଛି । ସ୍ତ୍ରୀକୁ ଅଟକ ରଖି ଏବେ ପୁଲିସ ପଚରାଉଚରା ଜାରି ରଖିଛି ।