ବୌଦ୍ଧ ଜିଲ୍ଲାପାଳଙ୍କ ଅଚାନକ ଜିଲ୍ଲା ଡାକ୍ତରଖାନା ପରିଦର୍ଶନ

0 380

ବୌଦ୍ଧ,୫/୬ – ଆଜି ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ । ସେ ଡାକ୍ତରଖାନାର ବିଭିନ୍ନ ୱାର୍ଡକୁ ଯାଇ ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଡାକ୍ତରଖାନାର ଭିତ୍ତିଭୂମି ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକାରୀମାନଙ୍କ ସହ ଆଲୋଚନା କରିବାସହ ଏଥିରେ ଆହୁରି ଉନ୍ନତି ଆଣିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଡାକ୍ତରଖାନାର ବିଭିନ୍ନ ବିଭାଗ ମଧ୍ୟ ଜିଲ୍ଲାପାଳ ପରିଦର୍ଶନ କରିବାସହ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ସ୍ୱତନ୍ତ୍ରଭାବେ ସେ କୋଭିଡ ସଂପର୍କରେ ଆଲୋଚନା ମଧ୍ୟ କରିଥିଲେ । ପରିଦର୍ଶନ ସମୟରେ ଏ. ଡି. ଏମ. ଓ. ମେଡିକାଲ କିଶୋର ଚନ୍ଦ୍ର୍ର ପଟ୍ଟନାୟକ, ଅତିରିକ୍ତ ମେଡିକାଲ୍‌ ଅଫିସର କୋଭିଡ ଡ. ବିଜୟ ଦାଶ, ଡାକ୍ତର ମଳୟ ସାହୁ, ଡାକ୍ତର ଅଜିତ ତ୍ରିପାଠୀ, ଓ ଡାକ୍ତର ଗୋପାଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

10 + 6 =