ବିକ୍ରମ ବର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଶୋକ

0 119

ଭୁବନେଶ୍ୱର,୫/୬- ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ବର୍ମାଙ୍କୁ ଜଣେ ସର୍ମର୍ପିତ ଜନସେବକ ,ଶିକ୍ଷାବିତ୍‌ ଓ ଅମାୟିକ ବ୍ୟକ୍ତି ଭାବରେ ବର୍ଣ୍ଣନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି । । ସେହିପରି ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ସ୍ୱର୍ଗତ ବର୍ମା ଉଭୟ ରାଜନୀତି ଓ ସମାଜସେବା କ୍ଷେତ୍ରରେ ଥିଲେ ବେଶ ପରିଚିତ ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସେ କରିଯାଇଥିବା କାର୍ଯ୍ୟକୁ ଲୋକେ ଆଜିବି ମନେ ରଖିଛନ୍ତି ଓ ଶିକ୍ଷା ଓ ଶିକ୍ଷକମାନଙ୍କ ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ ଓ ରାଜ୍ୟ ବିହନ ନିଗମ ଓ ରାଜ୍ୟ କାଜୁ ନିଗମର ଅଧକ୍ଷ ଥାଇ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଯାଇଛନ୍ତି । ତାଙ୍କ ବିୟୋଗ ସମଗ୍ର ରାଜନୀତି ତଥା ଶିକ୍ଷା ଜଗତ ପାଇଁ ଏକ ବିରାଟ କ୍ଷତି ବୋଲି ମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି । ଏଥିସହ ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

6 + 5 =