ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶ ଓ ଓଡ଼ିଶା ମୋ ପରିବାର ସହଯୋଗରେ ଆଜି ସନ୍ଧ୍ୟାରେ ଜୟ ଜଗନ୍ନାଥ ଚାରିଟେବଲ ଟ୍ରଷ୍ଟ ତରଫରୁ ଭିଏସଏସନଗର କଲ୍ୟାଣ ମଣ୍ଡପ ଓ ପ୍ରଭୂଜୀ ଇଂଗ୍ଲିସ ମିଡିୟମ୍ ସ୍କୁଲ୍ ନିକଟ ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି ଓ କରୋନାରୁ ରକ୍ଷା ପାଇବା ନିମନ୍ତେ ଅମ୍ଳଜାନ ତଥା ବୃକ୍ଷର ଆବଶ୍ୟକତା ବିଷୟରେ ସଚେତନତା କରାଯାଇଥିଲା । ତତ୍ ସହିତ ସ୍ଥାନୀୟ କଲ୍ୟାଣ ମଣ୍ଡପ ଟିକାଦାନ କେନ୍ଦ୍ରରେ ସହାୟତା କେନ୍ଦ୍ର ଖୋଲି ଆଜିକୁ ଏଗାର ଦିନ ଧରି ଲଗାତାର ଭାବେ ଟିକା ନେଉଥିବା ସମସ୍ତ ଲୋକମାନଙ୍କୁ ମାସ୍କ୍ ,ସାନିଟାଇଜର, ବିସ୍କୁଟ, ଓ ଫ୍ରୁଟ ଯୁସ , ଥଣ୍ଡା ପାଣି ବଣ୍ଟନ କରାଯାଉଛି ବୋଲି ଓଡ଼ିଶା ମୋ ପରିବାର ଭୁବନେଶ୍ୱର ଉତ୍ତର ସଂଯୋଜକ ଡ଼ଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡ଼ି ନେତା ସୌମ୍ୟ ରଂଜନ ପ୍ରଧାନ, ଦୀପକ ନାୟକ, ଅକ୍ଷୟ ସ୍ୱାଇଁ, ଲୋକେଶ କୁମାର, ସରୋଜ କୁମାର ରାଉତ, ସର୍ବଜିତ ସାହୁ, ନୃସିଂହ ଧଳ, ସରୋଜ କୁମାର, କମଳାକାନ୍ତ ରାଉତରାୟ, ସନ୍ତୋଷ କୁମାର ସାହୁ, ରାଜେନ୍ଦ୍ର କୁମାର ବଳ, କାର୍ତ୍ତିକ ମୁଦୁଲି, ଆଶାକର୍ମୀ କ୍ଷୀରୋଦା ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ ।