ମନେଗାର ଯୋଜନା ବିଫଳ: ଚକପାଦ ବ୍ଲକର ଅଧିକାଂଶ ପଞ୍ଚାୟତରେ କେବଳ ଫଳକରେ ଆମ୍ବ ଲିଚୁ ଚାଷ, ଲକ୍ଷାଧିକ ଟଙ୍କା ପାଣିରେ

0 164

ଫୁଲବାଣୀ,୬/୬- ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି କରିବା ପାଇଁ ସରକାର ମନରେଗା ଯୋଜନାରେ ଉନ୍ନତ କିସମ ଫଳ ବଗିଚା କରିବା ପାଇଁ ଲକ୍ଷାଧିକ ବ୍ୟୟ କରାଯାଉଛି । ହେଲେ ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା ଦୁର୍ନୀତିପୂର୍ଣ୍ଣ ମନୋଭାବ କାରଣରୁ ଫଳ ଚାଷ ଯୋଜନା ଜିଲ୍ଲାରେ ଏତେଟା ସଫଳତା ହାସଲ ହୋଇ ପାରୁନଥିବା ଦେଖାଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚକାପାଦ ବ୍ଲକର ଅଧିକାଂଶ ପଞ୍ଚାୟତରେ । ଗତ କିଛି ବର୍ଷରେ ମନେଗାର ଯୋଜନାରେ ପ୍ରାୟ ସବୁ ପଞ୍ଚାୟତରେ ବହୁ ଏକର ଜମିରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଉନ୍ନତ କିସମରଆମ୍ବ ଓ ଲିଚୁଗଛ ଲଗାଯାଇଥିଲା ।

hiring

ଚାରିପଟେ ତାର ବାଡ ମଧ୍ୟ ହେଲା । ହେଲେ ରକ୍ଷଣ । ବେକ୍ଷଣ ଅଭାବରୁ ଅଧାରୁ ଅଧିକ ଗଛ ସବୁ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଗଛ ସବୁ ଗଲା କୁଆଡେ ? ବାଡ ବୁଜା ଯାଇଥିବା ବେଳେ ଗଛ ସବୁ ଗଲା କୁଆଡେ ଓ ନଷ୍ଟ ହେଲା କେମିତି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ । ନଷ୍ଟ ହେଲେ ବିଭାଗ ପୁନର୍ବାର ବୃକ୍ଷରୋପଣ କରିବାର କଥା କିନ୍ତୁ କରାଯାଇ ନାହିଁ କାହିଁକି ? ଚକାପାଦ ବ୍ଲକର ପ୍ରାୟ ଅଧିକାଂଶ ପଞ୍ଚାୟତ ରେ ଦେଖିବାକୁ ମିଳିଛି । ପୁଣି ଦେଖିବାକୁ ମିଳିଛି କେଉଁଠାରେ ତାର ବାଡ ଗୁଡିକ ମଧ୍ୟ ବିକ୍ରି ହୋଇଥିବା ଜଣାପଡିଛି । ଆଉ ମଧ୍ୟ ପାଣି ଦେବା ପାଇଁ ରନିଙ୍ଗବିଲ ମଧ୍ୟ ଚାଲିଛି । ଯାହାଫଳରେ ବିିଭାଗୀୟ ଅଧିକାରୀ ହେଉଛନ୍ତି ମାଲାମାଲ । ଏହା ମଧ୍ୟ ଦେଖିବାକୁ ମିଳିଛି । ପୁଣି ଦେଖିବାକୁ ମିଳିଛି ଯେଉଁ ଶ୍ରମିକମାନେ କାମ କରିଛନ୍ତି ତାଙ୍କ ବକେୟା ଟଙ୍କା ମଧ୍ୟ ମିଳି ନଥିବା ଅଭଯୋଗ ହୋଇଛି । ତେବେ ଏହାର ତଦନ୍ତ କରାଗଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶପାଉଛି ।

hiranchal ad1
Leave A Reply

Your email address will not be published.

1 + sixteen =