ବୌଦ୍ଧ,୬/୬ – କରୋନା ମହାମାରୀର ଦ୍ୱିତୀୟ ଲହର୍ ବୌଦ୍ଧସହର ଦେଇ ଜିଲ୍ଲାକୁ ପ୍ରବେଶ କରିଥିଲା । କିଛି ଦିନ ଧରି ବୌଦ୍ଧ ସହରାଞ୍ଚଳ ମଧ୍ୟରେ ସଂକ୍ରମଣ ବଢିବା ପରେ ଆସ୍ତେ ଆସ୍ତେ ଗ୍ରାମାଞ୍ଚଳରେ ସଂକ୍ରମିତ ହୋଇଥିଲା । କିଛି ଦିନ ହେଲା ସହରରେ ଆଉ କରୋନା ପଜିଟିଭ ବିଶେଷ ଭାବରେ ବୃଦ୍ଧି ପାଉନାହିଁ । ଜୁନ୍ ମାସର ଗତ ୬ ଦିନ ମଧ୍ୟରେ ମାତ୍ର ୩୫ ଜଣ ନୂଆଁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜୁନ୍ ୧ ତାରିଖରେ ୭ ଜଣ, ୨ ତାରିଖରେ ୬ ଜଣ, ୩ ତାରିଖରେ ୭ ଜଣ, ୪ ତାରିଖରେ ୫ ଜଣ, ୫ ତାରିଖରେ ୭ ଜଣ ଓ ଆଜି ୬ ତାରିଖରେ ୩ ଜଣ ନୂଆଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆସ୍ତେ ଆସ୍ତେ ସଂକ୍ରମଣ କମ ହେଉଥିବାରୁ ସହରବାସୀ ଆଶ୍ୱସ୍ତି ପ୍ରକାଶ କରୁଛନ୍ତି ।