ସୁବର୍ଣ୍ଣପୁର ଜିଲ୍ଲାରେ 18 ରୁ 44 ବର୍ଷ ପାଇଁ ଟୀକାକରଣ

0 223

hiring

ସୁବର୍ଣ୍ଣପୁର ୬/୬-ପ୍ରଥମ ପର୍ଯ୍ୟାୟରେ ସୋନପୁର ମୁନିସିପାଲିଟି 4ଟି ସ୍ଥାନରେ ବ୍ୟବସ୍ଥିତ 7ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ ହିତାଧିକାରୀଙ୍କୁ ଟୀକାକରଣ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା 08/06/21 ଓ ତା 09/06/21 ରେ ସୋନପୁର ମୁନିସିପାଲିଟି ର 4ଗୋଟି ସ୍ଥାନରେ ବ୍ୟବସ୍ଥିତ 7ଟି ଟୀକାକରଣ କେନ୍ଦ୍ର ଯଥା -ସଂସ୍କୃତି ଭବନ, (2ଟି କେନ୍ଦ୍ର ), ମଙ୍ଗଳା ବଜାର ନିକଟସ୍ଥ ମହିଳା ମହାବିଦ୍ୟାଳୟ, (2ଟି କେନ୍ଦ୍ର), ସରକାରୀ ମହାବିଦ୍ୟାଳୟ, ସୋନପୁର (2ଟି କେନ୍ଦ୍ର )ଓ ମାରୱାଡି ଧର୍ମଶାଳା-ଭଗବତୀପ୍ଲଟ, ସୋନପୁର, (ଗୋଟିଏ କେନ୍ଦ୍ର) ରେ କେବଳ ପଂଜିକୃତ କରି ନିଯୁକ୍ତି ଚିଠା ପାଇଥିବା 18 ରୁ 44 ବର୍ଷ ର ହିତାଧିକାରୀ ଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯିବ l
ଉକ୍ତ ଦିନ ଗୁଡିକରେ ପ୍ରଥମ ଡୋଜ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି )ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର ,ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ l ବିନା କୌଣସି ସୂଚନା ରେ ଟୀକାକେନ୍ଦ୍ର କୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ର ରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି l ଏହି ଟୀକାକରଣ ସକାଳ 09 ରୁ ସନ୍ଧ୍ୟା 05 ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ l ପୁନଶ୍ଚ ଟୀକାନେବା ନିମନ୍ତେ 18 ରୁ 44 ବର୍ଷ ପାଇଁ ଯେଉଁମାନେ ଅନଲାଇନ ରେ ରେଜିଷ୍ଟ୍ରସନ କରାଇ ନାହାନ୍ତି ସେମାନେ ନିଶ୍ଚିତ ଭାବେ ପୂର୍ବରୁ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇନେବାକୁ ଅନୁରୋଧ କରାଯାଇଛି।

hiranchal ad1
Leave A Reply

Your email address will not be published.

2 × one =