ବୌଦ୍ଧ,୭/୬- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ୧୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ବ୍ଲକ୍ ଅଁଳାପାଲି ଗ୍ରାମ ପଞ୍ଚାୟତ ଦନ୍ତାପାଲି ଗ୍ରାମରୁ ୧ ଜଣ, ବଘିଆପଡା ଗ୍ରାମ ପଞ୍ଚାୟତ ବଘିଆପଡା ଗ୍ରାମରୁ ୫ ଜଣ ଓ ପାଲଝାରଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବାଉଁଶୁଣୀ ଗ୍ରାମରୁ ୨ ଜଣ, ମଲିକପଦର ଖଣ୍ଡ ଜମି ଗ୍ରାମରୁ ୧୧ ଜଣ ଓ ଟିକିରାପଡା ଗ୍ରାମରୁ ୩ ଜଣ, ମନୁପାଲି ଗ୍ରାମ ପଞ୍ଚାୟତ ଡିଗୀ ଗ୍ରାମରୁ ୨୧ ଜଣ, ମୁଣ୍ଡାପଡା ପଞ୍ଚାୟତର ଖମାରୀପଡା ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ଟୁଟୁସିଙ୍ଗା, ଲୁଣ୍ଡାବେରଣୀ, ଭାଲିଆ ପଦର, ଆଇଆର ବି ବାଟାଲିୟନ, ଓ ମୁର୍ଷୁଣ୍ଢି ଗ୍ରାମରୁ ୧ ଜଣ ଲେଖାଏଁ, ପଦ୍ମନପୁର ଗ୍ରାମ ପଞ୍ଚାୟତ କୁମରସିଙ୍ଗା ଗ୍ରାମରୁ ୧ ଜଣ, ରକସା ଗ୍ରାମ ପଞ୍ଚାୟତ କିରାସିରା ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଆଡେଣିଗଡ ଗ୍ରାମ ପଞ୍ଚାୟତ ଆଡେଣିଗଡ ଗ୍ରାମରୁ ୨ ଜଣ, ବନ୍ଧାପଥର ଗ୍ରାମ ପଞ୍ଚାୟତ ବନ୍ଧା ପଥର ଗ୍ରାମରୁ ୧ ଜଣ, ଲମ୍ବକାନୀ ଗ୍ରାମରୁ ୩ ଜଣ, ବୀରନରସିଂପୁର୍ ଗ୍ରାମ ପଞ୍ଚାୟତ ଚମ୍ପାମାଲ୍ ଗ୍ରାମରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ଜାମୁପଦର୍ ଓ କରଞ୍ଜକଟା ଗ୍ରାମରୁ ୧ ଜଣ ଲେଖାଏଁ, କୁଶଙ୍ଗ ଗ୍ରାମ ପଞ୍ଚାୟତ ତିରଡ୍ ଗ୍ରାମରୁ ୩ ଜଣ ଓ କୁଶଙ୍ଗ ଗ୍ରାମରୁ ୪ ଜଣ, ପୀତାମ୍ବରପୁର ଗ୍ରାମ ପଞ୍ଚାୟତ ଇନ୍ଦ୍ରପୁର ଓ ବଲଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ସାଂପୋଚ ଗ୍ରାମପଞ୍ଚାୟତ ଡିମିରିଝୁଲି, ତିତିରକଟା ଓ ଶ୍ୟାମ ସୁନ୍ଦରପୁର ଗ୍ରାମରୁ ୧ ଜଣ ଲେଖାଏଁ, ସରସରା ଗ୍ରାମ ପଞ୍ଚାୟତ ସରସରା ଗ୍ରାମରୁ ୨ ଜଣ, ସାନ ବୁଟୁପାଲି ଗ୍ରାମରୁ ୩ ଜଣ ଓ ରଘୁନାଥ ପୁର ଗ୍ରାମରୁ ୧ ଜଣ, ତିଲେଶ୍ୱର ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମ ପଞ୍ଚାୟତ ନେନ୍ଦ୍ରୀମାଲ୍ ଗ୍ରାମରୁ ୧ ଜଣ, ବିଳ।।ସପୁର ଗ୍ରାମ ପଞ୍ଚାୟତ ଖଇରହନା ଗ୍ରାମରୁ ୧ ଜଣ, ଦପଲା ଗ୍ରାମରୁ ୧ ଜଣ, ଗୁଡଭେଲିପଦର ଗ୍ରାମ ପଞ୍ଚାୟତ ଖଲିଆମୁଣ୍ଡା ଓ ଉଚ୍ଚବାହାଲି ଗ୍ରାମରୁ ୧ ଜଣ ଲେଖାଏଁ, ଯୋଗୀନ୍ଦ୍ରପୁର ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ କଲରାକୋଠା, ବଡ଼ ଛପାପାଲି, ଦେଉଳଡୁଙ୍ଗୁରୀ, କଣ୍ଟାମାଳ ଓ ଉଦେପୁର ଗ୍ରାମରୁ ୧ ଜଣ ଲେଖାଏଁ, ଖଲିଆପାଲି ଗ୍ରାମ ପଞ୍ଚାୟତ ହାତୀପାଲି ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମପଞ୍ଚାୟତ ଭୁର୍କୀପଡା ଗ୍ରାମରୁ ୨ ଜଣ ଓ ଯୋଗୀପଦର ଓ ମନମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ପଲସାଗୋରା ଗ୍ରାମରୁ ୧ ଜଣ, ରୁଣ୍ଡିମହୁଲ ଗ୍ରାମରୁ ୨ ଜଣ, ଶିମିଳିପଦର ଗ୍ରାମପଞ୍ଚାୟତ କଣ୍ଟିଆପାଲି ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମ୍ ପଞ୍ଚାୟତ ନଦିଆନବର ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ରଥସାହି ଓ ବାପୁଜୀ ନଗରରୁ ୩ ଜଣ ଲେଖାଏଁ, ପୁରୁଣା ବ୍ଲକଛକ ନିକଟରୁ ୨ ଜଣ ଓ ରାଜନପାଲି, ଖଦାଳସାହି, ପୋଡାପଡା ସାହିରୁ ୧ ଜଣ ଲେଖାଏଁ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।