ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ପହଞ୍ଚିଲେ ୪ ଜଣିଆ ସେଣ୍ଟ୍ରାଲ ଟିମ୍ । ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ସଦର, ସୋର ଓ ବାହାନଗା ବ୍ଲକ୍ ବାତ୍ୟାଞ୍ଚଳ ପରିଦର୍ଶନ କରିବେ । ଶେଷରେ ପ୍ରଶାସନ ସହିତ ସମୀକ୍ଷା କରିବା ପରେ ମୟୂରଭଞ୍ଜ ଗସ୍ତରେ ଯିବ ଟିମ୍ ।
କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡ଼ିଶା ଆସିଛନ୍ତି ଆନ୍ତଃମନ୍ତ୍ରୀ ସ୍ତରୀୟ କେନ୍ଦ୍ରୀୟ ଟିମ୍ । ଏହି ଟିମର ନେତୃତ୍ୱ ନେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଳାୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ନୱାଲ୍ । ଆଜି, ଏହି ଟିମ୍ ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ୪ଟି ଜିଲ୍ଲା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ଦୁଇଟି ଭାଗରେ ବିଭକ୍ତ ହୋଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଂଜ ଗସ୍ତରେ ଯାଇ ଏହି ଟିମ୍ ବାତ୍ୟା କ୍ଷୟକ୍ଷତିର ଆକଳନ କରିବେ ଏହି ଟିମ୍ ।