ବୌଦ୍ଧ,୭/୬ – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତଳଗାଁ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ ବିଦ୍ୟୁତ ସମସ୍ୟା ଉତ୍କଟ ପରିସ୍ଥିତି ସୃଷ୍ଟି କରୁଛି । ଅସହ୍ୟ ଗରମରେ ଲୋକେ ଛଟପଟ ହେଉଥିବାବେଳେ ବିଦ୍ୟୁତ୍ ବିଭାଗର ଅବହେଳା ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ବୃଦ୍ଧିି ପାଇବାରେ ଲାଗିଛି । ବିଜୁଳି ଥରେ ଚାଲିଗଲେ କେତେବେଳେ ଓ କେତେ ଦିନ ପରେ ଆସିବ ତାହାର କୌଣସି ଠିକ୍ ଠିକଣା ନାହିଁ । ବିଭାଗୀୟ କର୍ମଚାରୀ ମାନଙ୍କୁ ଫୋନ୍କଲେ କେବଳ ପ୍ରତିଶୃତି ଛଡା ଫଳ କିଛି ମିଳେ ନାହିଁ । ତାର ଛିଣ୍ଡିଗଲେ ଦିନଦିନ ଧରି ଅଞ୍ଚଳର ବିଭିନ୍ନ ଗାଆଁ ଅନ୍ଧାରରେ ରହେ । ବଣଜଙ୍ଗଲ ଘେରା ଆଦିବାସୀ ହରିଜନ ଅଧ୍ୟୁଷିତ ତଳଗାଁ ଅଞ୍ଚଳ ସ୍ୱାଧୀନତା ପ୍ରାପ୍ତିର ୭୪ବର୍ଷ ପରେ ମଧ୍ୟ ଦିନ ଦିନ ଓ ମାସ ମାସ ଧରି ଅନ୍ଧାରରେ ରହୁଥିବା ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।