ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା : ୧୮ ବର୍ଷର ନାଗରିକଙ୍କୁ ମାଗଣା ଟିକା

0 127

ନୂଆଦିଲ୍ଲୀ : ୧୮ ବର୍ଷରୁ ଉଦ୍ଧ୍ୱର୍ ନାଗରିକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ପ୍ରଦାନ କରିବେ  । ଫଳରେ ରାଜ୍ୟଗୁଡ଼ିକୁ ଟିକାପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ  । ଦେଶ ଉଦେ୍ଧଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇ ଏହା କହିଛନ୍ତି  । କରୋନା ସଂକ୍ରମଣ ଓ ଏହାର ମୁକାବିଲା ଦିଗରେ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ସେନେଇ ମୋଦି ଆଲୋକପାତ କରିଛନ୍ତି  ।

hiring

ସେ କହିଲେଯେ, କରୋନା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭାବେ ପ୍ରସ୍ତୁତି ଜାରିରହିଛି  । ପୂର୍ବରୁ ଭାରତକୁ ବିଦେଶରୁ ଟିକା ଆଣିବା ପାଇଁ ଦଶନ୍ଧି ଦଶନ୍ଧି ଲାଗୁଥିଲା  । କିନ୍ତୁ ଏବେ ଆମେ ଟିକା ଉପôାଦନ କରିପାରିଛୁ  । ବିଦେଶରୁ ବି ଟିକା ଆଣିପାରିଛୁ  । ଭାରତରେ ୨୦୧୪ରେ ଟୀକାକରଣ ୬୦% ପାଖାପାଖି ଥିଲା  । କିନ୍ତୁ ଏବେ ଟିକାକରଣ ବ୍ୟାପକ କରାଯାଉଛି  । ମିଶନ ଇନ୍ଦ୍ରଧନୁଷ ଜରିଆରେ ଯୁଦ୍ଧକାଳୀନ ଭିତିରେ ଟୀକାକରଣ କରାଯାଉଛି  । ଗରିବଙ୍କୁ ଟିକା ଦେବା ଆମର ପ୍ରାଥମିକତା  । ଶତ ପ୍ରତିଶତ ଟିକାଦାନ ପ୍ରକ୍ରିୟା ଜାରି ରହିଥିବାବେଳେ କରୋନା ସଂକ୍ରମଣ ବାଧକ ସୃଷ୍ଟି କରିଛି  । ଦେଶରେ ୨୩ କୋଟି କରୋନା ଟିକା ଦିଆସରିଛି  ।  ଆତ୍ମନିର୍ଭର ଭାରତ ଓ ମିଶନ କୋଭିଡ଼ ସୁରକ୍ଷା ମାଧ୍ୟମରେ ଲୋକମାନଙ୍କୁ ହଜାର ହଜାର କୋଟିର ସହାୟତା ପ୍ରଦାନ କରାଯାଇଛି  । ନାକରେ ଦିଆଯିବା ଭଳି ଟିକାର ବି ବିକାଶ କରାଯାଉଛି  । କମ ସମୟ ମଧ୍ୟରେ ଟିକା ଉପôାଦନ ଏକ ବଡ଼ ଉପଲବ୍ଧô ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି  ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କରୋନାର ମୁକାବିଲା କରୁଛନ୍ତି  । ମାଗଣା ଟିକା ଦେବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି  । ଅନେକ ରାଜ୍ୟ ସରକାର ଟିକାକରଣ ନିଜ ହାତକୁ ନେବା ନିମନ୍ତେ ପ୍ରସ୍ତାବ ଦେଇଥିଲେ  । ଏମିତିକି ବୟସ ବର୍ଗକୁ ନେଇ ବି ପ୍ରଶ୍ନ ଉଠିଥିଲା । ଦେଶର କେତେକ ଗଣମାଧ୍ୟମ ଏନେଇ କ୍ୟାମ୍ପେନ ବି କରିବାକୁ ପଛାଇନଥିଲେ  । ଯଦି ରାଜ୍ୟ ସରକାର ନିଜେ ପଦକ୍ଷେପ ନେଇପାରିବେ ତେବେ କେନ୍ଦ୍ର ସରକାର ଏତେ ଚିନ୍ତା କାହିଁକି କରିବେ  । ଯେଉଁଥିପାଇଁ ରାଜ୍ୟକୁ ୨୫% ଟିକା ପାଇଁ ଅନୁମତି ଦିଆଯାଇଥିଲା  । କିନ୍ତୁ ଏଥିପାଇଁ କେତେ କଷ୍ଟ କରିବାକୁ ପଡେ଼ ଏବେ ସମସ୍ତେ ଜାଣିପାରିଛନ୍ତି  । ଯେଉଁଥିପାଇଁ କେତେକ ରାଜ୍ୟ ସରକାର ଟିକାଦାନ ପ୍ରକ୍ରିୟା ପୂର୍ବଭଳି କେନ୍ଦ୍ରକୁ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି  । 

hiranchal ad1
Leave A Reply

Your email address will not be published.

thirteen − six =