ପାଟଣାଗଡ,୭/୬: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଳପଡା ବ୍ଲକ ଧୁମାଭଟା ଗାଁ ରେ ଲାଗିରହିଥିବା ବିଭିନ୍ନ ସମସ୍ୟା ଯଥା ସୋଲାର ପଏଣ୍ଟ, କୂଅ ଅଚଳ, ବିଭିନ୍ନ ନଳକୂପ ଅଚଳ ଥିଲେ ସୁଦ୍ଧା ମରାମତି କରାଯାଉନି, ରଣା ପଡ଼ାରେ ଡ୍ରେନ ନଥିବାରୁ ସବୁ ମଇଳା ପାଣି ଗାଁ ମଝି ରାସ୍ତାରେ ଜମା ହେଉଛି ଯଦ୍ୱାରା ମଶାର ପ୍ରାଦୁର୍ଭାବ ବଢୁଛି, ବିଭିନ୍ନ ରୋଗ ଯନ୍ତ୍ରଣାର ଶିକାର ହେଉଛନ୍ତି ଗ୍ରାମବାସୀ ଅଭିଯୋଗ କରିଥିଲେ ସୁଧ ସମସ୍ୟା ସମଧାନ ହୋଇପାରୁନାହିଁ । ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଯମୁନା ରଣା ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କିଛି ସୁଫଳ ନଦେବାରୁ ଆଜି ସେହି ସମସ୍ୟାର ସମାଧାନ ଦାବୀ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ଗାଁ ର ସଚେତନ ନାଗରିକ ଏକ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ କତ୍ତୃପକ୍ଷ ଙ୍କ ବିରୋଧରେ ବିଭିନ୍ନ ସ୍ଳୋଗାନ ଦେଇ ଧୁମାଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ସରପଞ୍ଚ କୁ ଦାବିପତ୍ର ପ୍ରଦାନ କରିଥିଲେ ।
ବନମାଳୀ ନାଏକ ଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅଞ୍ଜନା ଦେଓ, କିଆଫୁଲ ଦେଓ,ଲିପିସାମୟୀ ନାଏକ, ଜାନକୀ ନାଏକ, ପ୍ରଭାତି ଭୋଇ, ସଂଯୁକ୍ତା ପଟ୍ଟନାଏକ, ଜୟନ୍ତ ବୁଡେକ, କମଳଲୋଚନ ନାଏକ, ଡିଙ୍ଗର ବୁଡେକ, ତରଣୀ ବାଗ, ଗୁଣନିଧି ବୁଡେକ, ମହନ ନାଏକ, ରାଜେଶ ବୁଡେକ, ବୃନ୍ଦାବନ ବୁଡେକ, ତରଣୀ ବୁଡେକ, ଅହମଦ ଖାଁନ, ସଞ୍ଜିବ ବୁଡେକ,ଗୋବିନ୍ଦ ବୁଡେକ,ପ୍ରକାଶ ପୁରୋହିତ,ଜୟଦେବ ବୁଡେକ,ସଂଜିବ ଦେଓ, ଟିଙ୍ଗାଲୁ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ ।