ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଡାକ୍ତରଖାନାରେ ଫଳ ବଣ୍ଟନ

0 101

ପାଟଣାଗଡ,୭/୬- ନିଜ ଜୀବନକୁ ଜଳାଞ୍ଜଳି ଦେଇ ଆହୋରାତ୍ର ଦୁଃଖୀ, ଦରିଦ୍ରଙ୍କ ସେବା କରିବା, ଗରିବ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ, ବସ୍ତ୍ର ବଣ୍ଟନ କରିବା, ଗରିବ ଅସହାୟ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା , ଭିନ୍ନକ୍ଷମ ମାନଙ୍କ ପ୍ରମାଣ ପତ୍ର ତିଆରି ତାଙ୍କୁ ଭତ୍ତା ଯୋଜନା ତଥା ଅନ୍ୟାନ୍ୟ ଯୋଜନାରେ ସାମିଲ କରିବା, ମହାମାରୀ ସମୟରେ ଡାକ୍ତରଖାନା ମାନଙ୍କରେ ରୋଗୀ ମାନଙ୍କୁ ,ରୋଗୀ ମାନଙ୍କ ପରିଜନ ମାନଙ୍କୁ ଓ ରାସ୍ତାରେ ବୁଲୁଥିବା ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ, ଫଳ, ବିସ୍କୁଟ, ପାଉଁରୁଟି ବଣ୍ଟନ କରିବା ସର୍ବୋପରି ସମାଜସେବା କୁ ବ୍ରତ ଭାବେ ପାଳନ କରିଥିବା ବିଶିଷ୍ଟ ସମାଜସେବୀ ସୁନୀଲ ସିଂଙ୍କ ଜନ୍ମ ଦିନ ତଥା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଆଜି ପାଟଣାଗଡ଼ ଡାକ୍ତରଖାନା ଓ ବେଲପଡା ଡାକ୍ତରଖାନାରେ ରୋଗୀ, ରୋଗୀ ପରିଜନ ଓ ରାସ୍ତାରେ ବୁଲୁଥିବା ଅସହାୟ ମାନଙ୍କୁ ଫଳ,ବିସ୍କୁଟ, ପାଉଁରୁଟି ବଣ୍ଟନ କରାଯାଇଥିଲା । ଏକ ସ୍ୱେଚ୍ଛାସେବୀ ସଂଗଠନ କରି ଅଂଚଳରେ ଅନେକ ଜନହିତକର କାର୍ଯ୍ୟ କରି ପ୍ରଶଂସନୀୟ ହୋଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ସେବା ଚେରିଟେବୁଲର ସଭାପତି ସୁନୀଲ ସିଂ ନିଜେ ଉପସ୍ଥିତ ରହି ନିଜକୁ ସାମିଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ଉପସଭାପତି ଗିରିରାଜ ଭୋଇ,କୋଷାଧ୍ୟକ୍ଷ ପ୍ରକାଶ ସିଂ,ମରୁଆଁ ସରପଞ୍ଚ ସନ୍ତୋଷିନୀ ବିଶି, ସେବିକା ରାଜହନ୍ସ ,ରିଙ୍କୁ ନାଗ, ସିଲୁ ସାହୁ, ସୂର୍ଯ୍ୟା ଶବର, ମନବୋଧ ବରିହା ପାଟଣାଗଡ଼ରେ ସହଯୋଗ କରିଥିବା ବେଳେ ବେଲପଡାରେ ଜନାର୍ଦ୍ଦନ ସିଂ, ହରିଶ ବୁଡେକ, ବନମାଳୀ ନାଏକ, ସିପୁନ ଖମାରୀ, ଜୟ ମେହେର, ଯୁଗଳ ମେହେର, ଇଂ.ଜଗଜୀବନ ଭୋଇ ,ଜିତୁ ନାଏକ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen + three =