‘ହ୍ରାସ ପାଇଛି ସଂକ୍ରମଣ, ସଫଳ ହୋଇଛି ଲକଡାଉନ’

0 87

ଭୁବନେଶ୍ୱର : ରାଜ୍ୟ ସରକାର ଜାରି କରିଥିବା ଲକଡାଉନରୁ ଫଳ ମିଳିଛି । କରୋନା ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେଉଛି । ଏମିତି କହିଛନ୍ତି ଡିଏମ୍‌ଇଟି ଡାଇରେକ୍ଟର ସିବିକେ ମହାନ୍ତି । ସେ କହିଛନ୍ତି ଯେ, ଡେଲ୍‌ଟା ଭାଇରସକୁ ମୁକାବିଲା କରିବାରେ କୋଭିସିଲ୍‌ଡ଼ ଓ କୋଭାକ୍ସିନ୍‌ ସଫଳ ହୋଇଛି । ସେ ଆହୁରି କହିଛନ୍ତି ୧୮ରୁ ଅଧିକ ବୟସ୍କ ସମସ୍ତଙ୍କୁ କେନ୍ଦ୍ର ମାଗଣାରେ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛି । ତାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ କେତେ ପରିମାଣରେ ଭ୍ୟାକ୍‌ସିନ୍‌ ଯୋଗେଇବେ କେନ୍ଦ୍ର ଉପରେ ନିର୍ଭର କରେ,ସେଇ ଅନୁସାରେ ଟିକା ବଣ୍ଟନ କରାଯାଇପାରିବ ।

hiranchal ad1
Leave A Reply

Your email address will not be published.

12 + eight =