ଭାରତୀୟ ଖେଳାଳିଙ୍କୁ ମିଳିବ୨୦ ଦିନର ବ୍ରେକ, ବ୍ରିଟେନ ବୁଲି ଥକ୍କାପଣ ମେଣ୍ଟାଇବେ

0 77

ନୂଆଦିଲ୍ଲୀ : ଜୈବ ନିରାପଦ ପରିବେଶରେ ଦୀର୍ଘ ସମୟ ରହିବା କାରଣରୁ ମାନସିକ ଥକ୍କାପଣର ଆଶଙ୍କା କରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲ ପରେ ଭାରତୀୟ ମ୍ୟାନେଜମେଣ୍ଟ ଖେଳାଳିମାନଙ୍କୁ ତିନି ସପ୍ତାହ ବିରତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନ୍‌ ୧୮ ରୁ ସାଉଥମ୍ପଟନର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧରେ ଡବ୍ଲୁଟିସି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚ୍‌ ପରେ ଭାରତୀୟ ଖେଳାଳିମାନେ ପ୍ରାୟ ତିନି ସପ୍ତାହ (୨୦ ଦିନ) ବିରତି ପାଇବେ ଏବଂ ସେମାନେ ଅଗଷ୍ଟ ୪ ରୁ ନଟିଂହାମରୁ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ଟେଷ୍ଟ ସିରିଜ୍‌ ପାଇଁ ୧୪ ଜୁଲାଇରେ ପୁନଃ ଏକାଠି ହେବେ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀ ଯିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଖେଳାଳିମାନଙ୍କୁ ଏକ ବିରତି ଦିଆଯିବ । ଡବ୍ଲୁଟିଏସି ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମଧ୍ୟରେ ୬ ସପ୍ତାହ ବ୍ୟବଧାନ ଅଛି, ତେଣୁ ଖେଳାଳିଙ୍କ ଯତ୍ନ ନେବାକୁ ମଧ୍ୟ ଆମକୁ ସମାଧାନ କରିବାକୁ ପଡିବ ।
ବ୍ରିଟେନ ଭିତରେ ଥିବାବେଳେ ସେମାନେ ଏକ ବିରତି ପାଇପାରିବେ । ଏହି ସମୟରେ ସେମାନେ ସାଙ୍ଗ ଏବଂ ପରିବାରଙ୍କୁ ଦେଖା କରିପାରିବେ । ସେହିପରି ଖେଳାଳିମାନେ ମଧ୍ୟ ଏକାଠି ସମୟ ଅତିବାହିତ କରିବାର ସୁଯୋଗ ପାଇପାରିବେ । ଖେଳାଳିମାନେ ଯେମିତି ଚାହିଁବେ ସେମିତି କରିପାରିବେ ଏହି ସମୟ ମଧ୍ୟରେ ।

hiranchal ad1
Leave A Reply

Your email address will not be published.

4 × three =