ଚଟୁଅନକା ପଂଚାୟତରେ କରୋନା ସଚେତନତା

0 285

କଣ୍ଟାବାଞ୍ଜି,୮/୬- ଦେଶବ୍ୟାପି ମହାମାରୀର ଦ୍ୱିତୀୟ ଲହରର ପ୍ରକୋପରୁ ରକ୍ଷା ଓ ଭବିଷ୍ୟତ ପାଇଁ ସଜାଗ ରହିବା ପାଇଁ ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରେ, ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ୱରେ ମହିଳା ସ୍ୱାସ୍ଥ୍ୟକର୍ମୀ ନମିତା ମିଶ୍ର, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ, ବାସନ୍ତୀ ସୁନାନୀ, ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ଜେମାମଣି କଲେତ, ସହାୟିକା ଈନ୍ଦୁମତି ମାଝୀ, ଗୋମତି ପୁଟେଲ, ସମାଜସେବୀ ଥମିର ଛତ୍ରିଆ, ଆଶିଷ ଜୈନ ପରିକ୍ରମା କରିଥିଲେ । ମାଇକ ଯୋଗେ କରୋନା ସଚେତନତାବାର୍ତ୍ତା ଯଥା ମାସ୍କ ପରିଧାନ, ବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଓ ବିଶେଷକରି କରୋନା ଟିକା ନେବାପାଇଁ ସଚେତନ କରାଯାଇଥିଲା । ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ମିଶ୍ର ଘରକୁଘର ଯାଇ ଥର୍ମାଲ ସ୍କ୍ରିନିଂ ଓ ଅକ୍ସିଜେନସ୍ତର ମାପିଥିଲେ । ଶ୍ରୀ ଦାଶ ଲୋକମାନଙ୍କୁ କରୋନା ଟିକାର ଉପକାରିତା ଉପରେ ବୁଝେଇବା ସହିତ ଟିକା ନେବାକୁ ପ୍ରବର୍ତ୍ତାଇଥିଲେ । ସଚେତନତା ସମୟରେ ଲୋକମାନଙ୍କୁ ଗ୍ଲୁକୋଜ, ମାସ୍କ ଓ ଓଆରଏସ ବଣ୍ଟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

four + twelve =