ଟିକା ନେବାରେ ମହିଳା ପଛରେ

0 119

ନୂଆଦିଲ୍ଲୀ : ଟିକାକରଣକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । କେନ୍ଦ୍ରର ମୋଦୀ ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସରକାରୀ ୱେବସାଇଟ୍‌ www.cowin.gov.in ରେ ଥିବା ତଥ୍ୟ ଅନୁଯାୟୀ, ଜୁନ୍‌ ୮ ପର୍ଯ୍ୟନ୍ତ ୨୩୪ ନିୟୁତ ଲୋକଙ୍କୁ ଟିକା ଦିଆଯାଇଛି । ଏଥିମଧ୍ୟରୁ ୧୮.୯ କୋଟି ଲୋକ ପ୍ରଥମ ଡୋଜ ପାଇଛନ୍ତି ଏବଂ ୪.୫୪ କୋଟି ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି ।
ଏହି ତଥ୍ୟ ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳାମାନେ ଏହି ଅଭିଯାନରେ ପଛରେ ରହିଛନ୍ତିି । କୋଭିନ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ ୧୦.୨ କୋଟି ପୁରୁଷ ପ୍ରଥମ ଡୋଜ ନେଇଥିବାବେଳେ କେବଳ ୮.୭୩ କୋଟି ମହିଳା ପ୍ରଥମ ଡୋଜ ପାଇଛନ୍ତି । ଅର୍ଥାତ୍‌ ପାର୍ଥକ୍ୟ ପ୍ରାୟ ୧.୫ କୋଟି ଅଟେ ।
ଦ୍ୱିତୀୟ ଡୋଜ କେତେ ମହିଳା ଓ କେତେ ପୁରୁଷ ନେଇଛନ୍ତି ତାହା ୱେବସାଇଟରେ ସ୍ପଷ୍ଟ କରାଯାଇନାହିଁ । ବିଭିନ୍ନ ବୟସ ଅନୁଯାୟୀ କେତେ ମହିଳା କିମ୍ବା ପୁରୁଷଙ୍କୁ ଟିକା ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।
ଯେଉଁ ରାଜ୍ୟମାନଙ୍କରେ ମହିଳା ଟିକାକରଣ ସ୍ଥିତି ଭଲ ରହିଛି, ସେହି ତାଲିକାରେ କେରଳ ଏବଂ ଛତିଶଗଡ ଶୀର୍ଷରେ ରହିଛି । ଟିକାକରଣ କ୍ଷେତ୍ରରେ ଏଠାରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି । କେରଳରେ ୫୨.୧% ମହିଳା ପ୍ରଥମ ଡୋଜ ନେଇଥିବାବେଳେ ଛତିଶଗଡରେ ଏହି ସଂଖ୍ୟା ୫୧% ରହିଛି । ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶ, ଗୋଆ ଏବଂ ହରିୟାଣାରେ ମହିଳାଙ୍କ ଟିକାକରଣର ହାର ମଧ୍ୟ ଭଲ ହୋଇଛି । ଅନ୍ୟପକ୍ଷରେ ମହାରାଷ୍ଟ୍ରର ୯୧.୩୮ ଲକ୍ଷ ମହିଳା ଏବଂ ୟୁପିରେ ୭୪.୪୫ ଲକ୍ଷ ମହିଳା ଏହି ଟିକା ଗ୍ରହଣ କରିଛନ୍ତି । ଯାହା ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ।

hiranchal ad1
Leave A Reply

Your email address will not be published.

18 − nine =