ଦଶପଲ୍ଲା,୯/୬: ନୟାଗଡ ଜିଲ୍ଲାରେ କରୋନା ସଂକ୍ରମଣର ଅନ୍ତହୋଇ ଆସୁଥିବା ବେଳେ ଗତକାଲି ପୁଣି ଏକ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ । ଦଶପଲ୍ଲା ବ୍ଲକ୍ ଖମାରସାହି ଗ୍ରାମପଂଚାୟତ ଅନ୍ତର୍ଗତ ସୁବଳୟା ଗ୍ରାମକୁ ,ଗତକାଲି ଅପରାହ୍ନ ୪ଟାରୁ ଅନିର୍ଦ୍ଦିିଷ୍ଟ କାଳ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଗ୍ରାମର କିଛି ଲୋକ କରୋନା ସଂକ୍ରମିତ ହେବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ପ୍ରଶାସନ ।