କୋଭିଡ଼ ପରିଚାଳନା ପାଇଁ ବିଏମସି କୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

0 70

ଭୁବନେଶ୍ୱର,୯/୬- ଭୁବନେଶ୍ୱରରେ କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମକୁ ୭୭କୋଟି ଟଙ୍କା ଦିଆଯାଇଛି । ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ଼ ହସ୍ପିଟାଲ ରହିଛି ଏବଂ ଚିକିତ୍ସିତ ରୋଗୀଙ୍କ ସଖ୍ୟା ମଧ୍ୟ ଏଠାରେ ସର୍ବାଧିକ । ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଭିଡ଼ ରୋଗୀ ଭୁବନେଶ୍ୱରକୁ ଆସିଥାନ୍ତି । ତେଣୁ ଭୁବନେଶ୍ୱରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଞ୍ଜୁର କରାଯାଇଛି ।

hiranchal ad1
Leave A Reply

Your email address will not be published.

4 × one =