କରୋନା ସଂକ୍ରମଣକୁ କି ଡର. . . ସାବିତ୍ରୀ ପାଇଁ ଜନଗହଳି ରାୟଗଡ ବଜାରରେ ସତ୍ୟବାନମାନଙ୍କ ଭିଡ

0 91

ରାୟଗଡ,୯/୬: ଗତ ଏପ୍ରିଲ ମାସ ଠାରୁ ମେ’ ଦୁଇ ମାସ ଧରି କରୋନା ସଂକ୍ରମଣ ହାର ପିକ୍‌ ନେଇଥିବା ବେଳେ ସରକାରଙ୍କ ସଟାଡାଉନ, ଲକଡାଉନ ଓ ନାଇଟ୍‌ କର୍ଫ୍ୟୁ କଟକଣା ଯୋଗୁଁ ଏହି ହାର କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିପାରିଛି । ତେବେ କରୋନା ମୁକାବିଲାରେ ନିଜକୁ ସୁରକ୍ଷା ଦେବା ପାଇଁ ଜନଗହଳି ସ୍ଥାନକୁ ନ ଯିବା ନିମନ୍ତେ ସରକାର ତଥା ପ୍ରଶାସନ ଲୋକଙ୍କୁ ସଚେତନ କରି କରି ହାଲିଆ ହୋଇ ଯାଇଥିଲେ ମଧ୍ୟ ଅମାନିଆମାନଙ୍କ ଯୋଗୁଁ ଆଜି ବି ରାଜ୍ୟରେ କରୋନା ସଂକ୍ରମଣ ୈନିକ ହାର ୭ହଜାର ଉପରେ ରହିଛି । ରାୟଗଡ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋଟ ସଂକ୍ରାନ୍ତଙ୍କ ସଂଖ୍ୟା ୧୭୨୭୮ ରହିଥିବା ବେଳେ ୧୬୩୦ଟି ଆକ୍ଟିଭ କେସ ରହିଛି ଓ ମୃତ୍ୟୁ ସଂଖ୍ୟା ୧୧୭କୁ ପହଞ୍ଚିଛି । ତେବେ ଆସନ୍ତାକାଲି ହେବାକୁ ଥିବା ସାବିତ୍ର ଅମାବାସ୍ୟା ପାଇଁ ରାଜ୍ୟର ଅନେକ ଜିଲ୍ଳା ପ୍ରଶାସନ ତରଫରୁ ବିଭିନ୍ନ ବଜାରକୁ ସଂପୂର୍ଣ୍ଣ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରାୟଗଡରେ କିନ୍ତୁ କୈାଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ଆଜି ରାୟଗଡ ବଜାରରେ କରୋନା ସଂକ୍ରମଣକୁ କି ଡର ଭାବି ଜନଗହଳି ବଜାରରେ ସତ୍ୟବାନମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

hiring

ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପରିଧାନ ଆଦି ବିଶେଷ କରୋନା ନିୟମକୁ ନ ମାନି ସାବିତ୍ର ପୂଜା ପାଇଁ ଫଳ ବ୍ୟବସାୟୀମାନେ ବେଶ ଚଢା ଦରରେ ଫଳ ବିକ୍ରି କରି ଦୁଇ ପଇସା ଅଧିକ ରୋଜଗାର କରିଥିବା ବେଳେ ସତ୍ୟବାନମାନେ ବର୍ଦ୍ଧିତ ଫଳ ଦର ଦେଖି ଛାନିଆ ହୋଇଯାଇଛନ୍ତି । ରାୟଗଡ ମୁଖ୍ୟ ବଜାର ସମେତ ଓଭରବ୍ରିଜ ତଳ ଏବଂ ପିଡବ୍ଳ୍ୟୁଡି ଛକ ଆଦି ସ୍ଥାନଗୁଡିକରେ ଫଳ ଓ ପନିପରିବା ୋକାନଗୁଡିକରେ ଆଜି ଅପରାହ୍ନ ଗୋଟାଏ ଯାଏଁ ଜନଗହଳି ଦେଖିବାକୁ ମିଳିଥିଲା । ଫଳ,ପନିପରିବା ଏବଂ ପୂଜା ଭଣ୍ଡାର ୋକାନ ଗୁଡିକରେ ସାମାଜିକ ଦୂରତା ଭୁଲି ଗ୍ରାହକମାନେ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଥିଲା । ପୋଲିସ କିମ୍ବା ଜିଲ୍ଳା ପ୍ରଶାସନ ପକ୍ଷରୁ କୈାଣସି ବି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ବଜାରଗୁଡିକରେ ପ୍ରବଳ ଭିଡ ହୋଇଥିଲା । ଯାହାକି ଆଗାମୀ ଦିନରେ ନିଶ୍ଚିତ ଭାବରେ ସଂକ୍ରମିତଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

15 − 2 =