କେବେ ମିଳିବ ବିଧବା ଗରିବ ମହିଳାଙ୍କୁ ଆବାସଘର

0 128

ହରଭଙ୍ଗା,୯/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଲପଦର ଗ୍ରାମର ହରିଜନ ସାହିର ଚମ୍ପା ମହାନନ୍ଦିଆ ଏକ ଚାଳ ଛପର ଘରେ ଜରି ଟାଣି ରହୁଛନ୍ତି । ଚମ୍ପା ମହାନନ୍ଦିଆଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ,ଚମ୍ପା ଏକୁଟିଆ ଏହି ଚାଳଛପର ଘରେ ରହୁଛନ୍ତି । ଆଗକୁ ବର୍ଷାଦିନ ଆସୁଛି । କେମିତି ରହିବେ ସେହି ଚାଳ ଛପର ଘରେ ଏହି ମହିଳା ଜଣଙ୍କୁ ସେନେଇ ଏବେଠୁ ଚିନ୍ତା ମାଡି ବସିଛି । ସରକାର ୨୦୨୦ ଓ ୨୦୨୧ ମସିହା ସୁଦ୍ଧା ପ୍ରତ୍ୟେକ ପରିବାରଙ୍କୁ ଆବାସଘର ଯୋଗାଇ ଦେବାପାଇଁ କହୁଥିବାବେଳେ ଆଜି ପର୍ଯ୍ୟନ୍ତ ଏମିତି ନିରୀହ ଗରିବ ଶ୍ରେଣୀର ଲୋକ ଘରଟିଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି ବିଧବା ଗରିବ ମହିଳାଙ୍କୁ ଏକ ଆବାସଘର ଯୋଗାଇ ଦେବାକୁ ଜନସାଧାରଣ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

three + 7 =