ପୁଣି ୪୪ଜଣଙ୍କ ଜୀବନ ନେଲା କରୋନା, ୬୦୯୭ ପଜିଟିଭ ଚିହ୍ନଟ

0 228

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା ବେଳେ ଅନୁଗୁଳ , ବରଗଡ଼ , କଟକ, ଝାରସୁଗୁଡ଼ା ଜିଲ୍ଲାରୁ ୪ଜଣ ଲେଖାଏଁ ରହିଛନ୍ତି । ସେହିପରି କଳାହାଣ୍ଡି , ରାୟଗଡ଼ା, ସୁନ୍ଦରଗଡ଼, ପୁରୀ, ରାୟଗଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ବଲାଙ୍ଗୀର , ବୌଦ୍ଧ , ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ଦେଓଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୯୫ଜଣ, ବାଲେଶ୍ୱର ଜିଲ୍ଲାରୁ ୩୯୨ଜଣ, ବରଗଡ଼ ଜିଲ୍ଲାରୁ ୧୦୭ଜଣ, ଭଦ୍ରକ ଜିଲ୍ଲାରୁ ୨୪୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୭ଜଣ, ବୌଦ୍ଧ ଜିଲ୍ଲାରୁ ୧୩୦ଜଣ, କଟକ ଜିଲ୍ଲାରୁ ୬୪୭ଜଣ, ଦେଓଗଡ଼ ଜିଲ୍ଲାରୁ ୨୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୩ଜଣ, ଗଜପତି ଜିଲ୍ଲାରୁ ୪୮ଜଣ, ଗଞ୍ଜାମ ଜିଲ୍ଲାରୁ ୪୫ଜଣ, ଜଗତସିଂହପୁର ଜିଲ୍ଲାରୁ ୨୨୬ଜଣ, ଯାଜପୁର ଜିଲ୍ଲାରୁ ୪୩୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୨ଜଣ, କଳାହାଣ୍ଡି ଜିଲ୍ଲାରୁ ୭୭ଜଣ, କନ୍ଧମାଳ ଜିଲ୍ଲାରୁ ୧୧୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୫୩ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୦୧୭ଜଣ, କୋରାପୁଟ ଜିଲ୍ଲାରୁ ୧୨୬ଜଣ, ମାଲକାନଗିରି ଜିଲ୍ଲାରୁ ୮୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୯୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୪୬ଜଣ, ନୟାଗଡ଼ ଜିଲ୍ଲାରୁ ୧୨୦ଜଣ, ନୂଆପଡ଼ା ଜିଲ୍ଲାରୁ ୧୭ଜଣ, ପୁରୀ ଜିଲ୍ଲାରୁ ୨୯୧ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୦ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୧ଜଣ, ସୋନପୁର ଜିଲ୍ଲାରୁ ୬୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୦୮ଜଣ , ଷ୍ଟେଟ୍‌ ପୁଲ୍‌ରୁ ୧୫୧ଜଣ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

6 − 5 =