ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ୫ଦିନ ଯାଏଁ ବର୍ଷିବ

0 155

ଭୁବନେଶ୍ୱର : ମୌସୁମୀକୁ ଧରି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ଲଘୁଚାପ ପାଇଁ ଦାନା ବାନ୍ଧି ସାରିଲାଣି । ଏହା ୧୦ରୁ ୧୪ ତାରିଖ ଯାଏଁ ବର୍ଷିବ । ଉପକୂଳରୁ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ଲଗାଣ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏଭଳି ବର୍ଷାରେ ବିଭିନ୍ନ ନଦୀ ଉଛୁଳିପାରେ । ବନ୍ୟା ସ୍ଥିତି ଉପୁଜିପାରେ । ସହରାଞ୍ଚଳର ତଳି ଇଲାକାରେ ଜଳବନ୍ଦୀ ସମସ୍ୟା ହୋଇପାରେ । ପାହାଡ଼ିଆ ଜାଗାରେ ଭୂସ୍ଖଳନ ଆଶଙ୍କା ବି ରହିଛି । ଏ ନେଇ ସତର୍କ କରାଇଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା । ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ସତର୍କତା ପଦକ୍ଷେପ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ସ୍ଥିତି ମୁକାବିଲା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ସହ ଆବଶ୍ୟକସ୍ଥଳେ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three × 5 =