ବିଶ୍ୱ କଲ୍ୟାଣ ସହିତ କରୋନା ମହାମାରୀର ଦୂର ପାଇଁ ମଶାଣୀରେ ତପସ୍ୟାରତ ବାବା କୁଶଳେଶ୍ୱର ଦାସ

0 729

କଣ୍ଟାମାଳ,୧୦/୬- ବିଶ୍ୱ କଲ୍ୟାଣ ସହିତ ମହମାରୀ କରୋନାରୁ ନିସ୍ତାର ପାଇଁ ସଭିଏ ଉଦବିଗ୍ନ । ଏହି ଅଦୃଶ୍ୟ ଶକ୍ତିଠାରେ ସମଗ୍ର ବିଶ୍ୱ ହାର ମାନିଥିବାବେଳେ ଲଢେଇ ପ୍ରତ୍ୟେକ ସ୍ତରରେ ଜାରି ରହିଛି । ସଭିଏ ସଭିଙ୍କ ଦାୟିତ୍ୱ ନିଭାଇ କରୋନା ବିରୋଧରେ ଲଢେଇ ଜାରିରଖି କାର୍ଯ୍ୟ କରୁଥିବାବେଳେ କଣ୍ଟାମାଳବ୍ଳକ ଖଟଖଟିଆ ଶ୍ମଶାନ ଭୂଇଁରେ ଜୈନିକ ବାବା ବିଶ୍ୱ କଲ୍ୟାଣ ପାଇଁ ଦୀର୍ଘ ୧୬ ବର୍ଷ ହେଲା ତପସ୍ୟାରତ ରହିଥିବା ବାବା କୁଶଳେଶ୍ୱର ଦାସ ଗତ ବର୍ଷ ଠାରୁ କରୋନା ମହାମାରୀ ପାଇଁ ତାଙ୍କରି ଖପର ଧ୍ୱନୀ ତପସ୍ୟା ଜାରିରଖିଥିବା ଦେଖିବାକୁ ମିଳିଛି । ଖଟଖଟିଆ ଓ ଗୋପାଲମାଲ ଗ୍ରାମବାସୀଙ୍କ ପାଇଁ ସଂରକ୍ଷିତ ରହିଥିବା ଶ୍ମଶାନ ଭୂଇଁରେ ବାବା କୁଶଳେଶ୍ୱର ୧୬ ବର୍ଷ ହେଲା ଗ୍ରୀଷ୍ମତାପରେ କଠୋର ତପସ୍ୟା ସଭିଙ୍କୁ ଚକିତ କରୁଛି । ବାବାଙ୍କ କହିବା ପ୍ରକାରେ ପ୍ରତ୍ୟେକ ବର୍ଷ ମାଘ ଶ୍ରୀପଞ୍ଚମୀ ଠାରୁ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଗଙ୍ଗା ଦଶମୀ ପର୍ଯ୍ୟନ୍ତ ଏହି ତପସ୍ୟା ଦୈନିକ ଅଢେଇ ଘଣ୍ଟାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ବେଶ କାଷ୍ଠା ଓ ନିଷ୍ଠାର ସହିତ ନିଜ ଚତୁଃପାଶ୍ୱରେ ନିଆଁ ଲଗାଇ ତପସ୍ୟା ସମାପନ ହୋଇଥାଏ । ପୂର୍ବାହ୍ନରୁ ଆରମ୍ଭହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହେଉଥିବା ଏହି ତପସ୍ୟା ୬ ଗୋଟି ଧାରାରେ କରିବାକୁ ପଡିଥାଏ ବୋଲି ବାବା କହିବା ସହ ପ୍ରତ୍ୟେକ ୩ ବର୍ଷରେ ଗୋଟିଏ ଧୂନୀ ଭାବରେ ପ୍ରଥମ ୩ ବର୍ଷ ପଞ୍ଚ ଧୂନୀ, ସପ୍ତଧୂନୀ, ଦ୍ୱାଦଶ ଧୂନୀ, ୮୪ ଧୂନୀ, କୋଟ ଧୂନୀ ଓ ଶେଷରେ ଖପର ଧୂନୀରେ ପୂର୍ଣ୍ଣାହୂତି ପଡିଥାଏ । ବାବା କୁଶଳେଶ୍ୱର ଦାସଙ୍କ ଏହି କଠୋର ତପସ୍ୟା ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ସମର୍ପିତ ରହିଥିବାବେଳେ ପ୍ରତ୍ୟହ ବହୁଭକ୍ତ ବାବାଙ୍କ ଏହି ତପସ୍ୟାକୁ ସମର୍ଥନ ଜଣାଉଥିବା ନେଇ ବାବାଙ୍କ ଜୈନିକ ସମର୍ଥକ ଭାଗିରଥୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve + 18 =