ବୌଦ୍ଧ,୧୦/୬ – ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ବ୍ଲକ୍ ବଢିଗାଁ ଗ୍ରାମରୁ ୧ ଜଣ, ବଘିଆପଡା ଗ୍ରାମରୁ ୧ ଜଣ, ବୌଦ୍ଧ ବ୍ରିଜ ଛକ ନିକଟରୁ ୨ ଜଣ, କସୁରବନ୍ଧ ଗ୍ରାମ ପଞ୍ଚାୟତ ବାଗଡିଆ ଗ୍ରାମରୁ ୧ ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ପୋଲାମ୍ ଗ୍ରାମରୁ ୧ ଜଣ, ଶଗଡା ଗ୍ରାମରୁ ୧ ଜଣ, ଆଡେନିଗଡ ଗ୍ରାମ୍ ପଞ୍ଚାୟତ ଗୋରାସାହିରୁ ୧ ଜଣ, ବନ୍ଧାପଥର ଗ୍ରାମରୁ ୧ ଜଣ, ବାଣୀଭୂଷଣପୁର୍ ଗ୍ରାମ ପଞ୍ଚାୟତ ବାହାଲି ଗ୍ରାମରୁ ୧୦ ଜଣ, ବୀରନରସିଂପୁର୍ ଗ୍ରାମରୁ ୧ ଜଣ, ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଛତ୍ରଙ୍ଗ ଗ୍ରାମରୁ ୧ ଜଣ ଓ ଧୁଙ୍ଗିୟାମୁଣ୍ଡା ଗ୍ରାମରୁ ୧୪ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଡିଆଁଘାଟ ଗ୍ରାମରୁ ୩୧ ଜଣ, ହରଭଙ୍ଗା ଓ ସମ୍ବଲପୁର ଗ୍ରାମରୁ ୧ ଜଣ ଲେଖାଏଁ, କରଞ୍ଜକଟା ଗ୍ରାମ ପଞ୍ଚାୟତ ଲୋକାପଡା ଗ୍ରାମରୁ ୨ ଜଣ ଓ କରଞ୍ଜକଟା ଗ୍ରାମରୁ ୧ ଜଣ, କୁଶଙ୍ଗ ଗ୍ରାମରୁ ୪ ଜଣ, ଲୁଣିବାହାଲ୍ ଗ୍ରାମ ପଞ୍ଚାୟତ ଲଇଗାଆଁ ଗ୍ରାମରୁ ୧୪ ଜଣ, ମହାଲିକପଡା ଗ୍ରାମ ପଞ୍ଚାୟତ କୁଟିବାରୀ ଗ୍ରାମରୁ ୧ ଜଣ, ପୀତାମ୍ବରପୁର୍ ଗ୍ରାମ ପଞ୍ଚାୟତ ଶରଧାପୁର୍ ଗ୍ରାମରୁ ୨ ଜଣ, ପୁରୁଣା କଟକ ଗ୍ରାମରୁ ୧ ଜଣ, ରାଧାନଗର ଗ୍ରାମ ପଞ୍ଚାୟତ ପିପଲକଟା ଗ୍ରାମରୁ ୨ ଜଣ ଓ ବଡ଼ବାଗବର ଗ୍ରାମରୁ ୧ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ସଙ୍କୁଲେଇ ଓ ମଲିକପଡା ଗ୍ରାମରୁ ୨ ଜଣ ଲେଖାଏଁ, ତଳଗାଁ ଗ୍ରାମରୁ ୧ ଜଣ, ତିଲେଶ୍ୱର ଗ୍ରାମ ପଞ୍ଚାୟତ ଖଣ୍ଡହତା ଓ ତାକୁଡଗ୍ରାମରୁ ୧ ଜଣ ଲେଖାଏଁ, କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଞ୍ଚାୟତ ଟୋକେଇପାଲି ଗ୍ରାମରୁ ୧୪ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଗୁହିରାପାଲି ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ କୁଣ୍ଡାମାଲ ଗ୍ରାମରୁ ୪ ଜଣ ଓ ବାଘମୁଣ୍ଡା ଗ୍ରାମରୁ ୨ ଜଣ, ରୁଣ୍ଡିମହୁଲ ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ପୁରୁଣା ବ୍ଲକଛକ, ବୁଟୁପାଲି, ସୁଦସାହି ଓ ପୋଡାପଡା ଅଞ୍ଚଳରୁ ୧ ଜଣ ଲେଖାଏଁ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ପଜିଟିଭକୁ ମିଶାଇ ବୌଦ୍ଧଜିଲ୍ଲାରେ ପଜିଟିଭ ସଂଖ୍ୟା ୧୧୩୦୬ ହୋଇଛି । ସେହିପରି ଗତକାଲି ସୁଦ୍ଧା ରିପୋର୍ଟ ଅପେକ୍ଷାରେ ୫୪୪, ସୁସ୍ଥ ହୋଇଥିବା ସଂଖ୍ୟା ୮୯୨୩, ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯୦, କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୬୩ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।