ବିଭାଗ ବଦଳିଲା ହେଲେ ଗ୍ରାହକଙ୍କୁ ମିଳୁନାହିଁ ବିଜୁଳି ସେବା: ପତ୍ର ହଲିଲା ମାତ୍ରେ ବିଜୁଳିର ଲୁଚକାଳି, ଦାନା ବାନ୍ଧୁଛି ଅସନ୍ତୋଷ

0 140

ଦାରିଙ୍ଗବାଡି ୧୧/୬- ସରକାରୀ ସଂସ୍ଥାରୁ ଘରୋଇ ସଂସ୍ଥାକୁ ବିଦ୍ୟୁତ ବିତରଣ, ପରିଚାଳନା ଓ ଦେୟ ଆଦାୟ ଦାୟିତ୍ୱ ହସ୍ତାନ୍ତର ପରେ ବିଦ୍ୟୁତ ସେବାରେ ଉନ୍ନତି ହେବ ବୋଲି ଅଞ୍ଚଳବାସୀ ଆଶା ରଖିଥିଲେ କିନ୍ତୁ ସାଉଥକୋ ଠାରୁ ଟାଟା ପାୱାର ହାତକୁ ଦାୟିତ୍ୱ ଯିବାପରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ବିଦ୍ୟୁତ୍‌ ବିଭାଗର ଏବେ ନୋ ଗ୍ୟାରେଣ୍ଟି ଓ ମନମୁଖୀ ଭଳି ନୀତି ଚାଲିଛି । ଆଉ ସାମାନ୍ୟ ବର୍ଷା କି ପବନ ହୋଇ ପତ୍ର ହଲିବା ଘଣ୍ଟା ଘଣ୍ଟା ଧରି ପାୱାର୍‌ କଟ୍‌ ହେବା ଫଳରେ ଦାରିଙ୍ଗବାଡ଼ି ବ୍ଲକ୍‌ ସଦରମହକୁମା ଓ ଆଖପାଖ ଅଞ୍ଚଳର ଲୋକେ ଏହି ସମସ୍ୟା ଭିତରେ ସନ୍ତୁଳି ହେଉଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଥରୁଟିଏ ବିଜୁଳି ଯିବା ପରେ ସେବା କେତେବେଳେ ସ୍ୱଭାବିକ ହେବ ଏନେଇ କାହା ପାଖରେ ଖବର ବି ରହୁନି । ଗତ ଏକ ମାସ ହେଲା ଦାରିଙ୍ଗବାଡ଼ି ବ୍ଲକ୍‌ର ବିଭିନ୍ନ ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସେବା ବ୍ୟାହତ ହେଉଥିବାରୁ ତେଜିବାରେ ଲାଗିଛି ଅସନ୍ତୋଷ । ଦାୟିତ୍ୱରେ ଥିବା ଅଧିକାରୀମାନେ ମୋବାଇଲରେ ମେସେଜ କରି ବ୍ରେକ ଡାଉନ ଅଛି କହୁଥିବାବେକେ ଆଉ କିଛି ବିଭାଗୀୟ ଅଧିକାରୀ କଣ୍ଟେଇପଲ୍ଲୀ ରୁ ସମସ୍ୟା ରହିଛି ବୋଲି କହିଆସୁଛନ୍ତି ଯାହା ଫଳରେ ଶ୍ରାନିକେତା ,ସିମନବାଡ଼ି,କିରୀକୁଟି, ତିଲୋରୀ, ବୁଡାଗୁଡା, ଗୁମିକିଆ ଆଦି ୬ପଞ୍ଚାୟତ ବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ଏକ ମାସରୁ ଉର୍ଦ୍ଧ୍ୱଦିନ ହେଲା ପତ୍ର ହଲିବା ମାତ୍ରେ ବିଦ୍ୟୁତ୍‌ ସେବା ବ୍ୟାଘାତକୁ ନେଇ ୬ପଞ୍ଚାୟତ ରେ ଅସନ୍ତୋଷ ପ୍ରକାଶ ପାଇଛି । ଦିନକୁ ୩୦ରୁ ୪୦ଥର ବିଦ୍ୟୁତ୍‌ ସେବା ବାରମ୍ବାର ବିଚ୍ଛିନ୍ନ ହେଉଥିବାରୁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହିତ ଯେଉଁ କିଛି ସମୟ ପାଇଁ ବିଦ୍ୟୁତ ରହେ ସେହି ସମୟରେ ଲୋ-ଭୋଲ୍‌ଟେଜ ରହିବା ଯୋଗୁଁ ଅନେକ ଗ୍ରାମରେ ଲୋକଙ୍କ ବିଦ୍ୟୁତ ଉପକରଣ ଗୁଡ଼ିକ ନଷ୍ଟ ହେଉଥିବା ବେଳେ ହଠାତ୍ନ ହାଇ-ଭୋଲ୍‌ଟେଜ ଆସିବା ଯୋଗୁଁ କିଛି ମାସ ପୂର୍ବରୁ କିରୀକୁଟି ପଞ୍ଚାୟତ ର ଜଣେ ହିତାଧିକାରୀଙ୍କ ଟିଭି ଫାଟି ଯାଇ ଘରେ ନିଆଁ ଲାଗିଯାଇଥିଲା । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଏହିଭଳି ଘଟଣା ଘଟୁଥିବା ଅଞ୍ଚଳବାସୀ ମାନେ କହିଛନ୍ତି । ବର୍ତ୍ତମାନ ଲକ୍‌ଡାଉନ୍‌ ଓ ସଟଡାଉନ ସମୟରେ ଜନସାଧାରଣ ସାରାଦିନ ଘର ଭିତରେ ଗୁଳୁଗୁଳିରେ ଛଟପଟ ହେଉଥିବା ବେଳେ ରାତିରେ ମଶାଙ୍କ ପ୍ରାଦୁର୍ଭାବ ଲୋକମାନଙ୍କ ସମସ୍ୟାକୁ ଦ୍ୱିଗୁଣିତ କରୁଛି । ଅନଲାଇନ ପାଠପଢ଼ା ରେ ମଧ୍ୟ ବ୍ୟାଘାତ ଘଟୁଥିବା ବେଳେ ମହିଳାମାନେ ହାତରେ ମୋବାଇଲ ଧରି ରୋଷେଇ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ସମସ୍ୟାର କେବେ ଅନ୍ତ ଘଟିବ ତାହାକୁ ଅପେକ୍ଷା । ଅନ୍ୟପକ୍ଷରେ ଦାରିଙ୍ଗବାଡ଼ି ସବଷ୍ଟେସନରେ ବିଦ୍ୟୁତ ରହୁଥିବାବେଳେ ସେହି ଠାରୁ ଏହି ୬ପଞ୍ଚାୟତ ରେ ବିଜୁଳି ସେବା ଯୋଗାଇବାରେ ବିଭାଗ ସମ୍ପୂର୍ଣ୍ଣ ଭାବେ ବିଫଳ ରହିଛି । ତେଣୁ ଏହି ସମସ୍ୟାର ଯଥାଶୀଘ୍ର ସ୍ଥାୟୀ ସମାଧାନ କରିବା ସହିତ ବିଭାଗୀୟ କର୍ମଚାରୀମାନେ ସେମାନଙ୍କ ଅଞ୍ଚଳର ଦାୟିତ୍ୱ ଅନୁସାରେ କାମ ନକଲେ ୬ପଞ୍ଚାୟତ ସରପଞ୍ଚ ଏକତ୍ରିତ ହୋଇ ଲୋକଙ୍କ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ତିଲୋରୀ ପଞ୍ଚାୟତ ସରପଞ୍ଚ ବିଷ୍ଣୁ ଚରଣ ପ୍ରଧାନ ପ୍ରକାଶ କରିଥିବା ବେଳେ ଅଞ୍ଚଳର ଅମରେନ୍ଦ୍ର ପ୍ରଧାନ ,ଧନେଶ୍ୱର ବାଡ଼ତ୍ୟା ,ପ୍ରଫୁଲ ସଭା ସୁନ୍ଦର,ନିକ ପ୍ରଧାନ, ଲିମା ସଭା ସୁନ୍ଦରଙ୍କ ସମେତ ଅଞ୍ଚଳବାସୀ ମାନେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nine + thirteen =