ସୁବର୍ଣ୍ଣପୁର : ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳ ଦରର ବୃଦ୍ଧି ପ୍ରତ୍ୟାହାର ଦାବିରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ପ୍ରତିବାଦ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଗୌରୀ ଶ୍ୟାମ ପଣ୍ଡାଙ୍କ ନେତୃତ୍ୱରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସହର ଫରେଷ୍ଟ ଅଫିସ ପାଖ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହାତରେ ପ୍ଲା କାର୍ଡ ଧରି ପେଟ୍ରୋଲ ଡିଜେଲ ଦର ବୃଦ୍ଧିର ପ୍ରତିବାଦ କରିଥିଲେ କଂଗ୍ରେସ କର୍ମୀମାନେ । ତେଲଦର ନକମିଲେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ଜିଲ୍ଲା କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନରେ ଜିଲ୍ଲା ଲିଗାଲ ସେଲର ସଭାପତି ସୁଧୀର ପଣ୍ଡା, ପୂର୍ବତନ ବିଧାୟକ ବିନୋଦ ପାତ୍ର,ରାଜେଶ ମିଶ୍ର, ଜିତେନ୍ଦ୍ର ପଟ୍ଟନାଏକ, ସୂର୍ଯ୍ୟ କାନ୍ତି ବାଘ,ରାଜେନ୍ଦ୍ର ମେହେର, ମହମ୍ମଦ ଇମ୍ରାନ, ନିମାଇଁ ପାଣିଗ୍ରାହୀ, ପପି ପଣ୍ଡା, ସୁରୁ ଠାକୁର, ସଚ୍ଚିଦାନନ୍ଦ ସାହୁ, ଶେଷଦେବ ମେହେର, ହୃଷିକେଶ ମିଶ୍ର, ବିଶ୍ୱମ୍ବର ନନ୍ଦ, ସତ୍ୟଭାମା ମେହେର, ଗିରିଶ ଭୋଇ, ଚିତ୍ତରଞ୍ଜନ କୁମ୍ଭାର ପ୍ରମୁଖ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଏ ଅହେତୁକ ତୈଳଦର ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।