ବୌଦ୍ଧ,୧୨/୬ – ବୌଦ୍ଧବ୍ଲକ୍ ଖଲିଆପାଲି (ପୁରୁମୁଣ୍ଡା) ଗ୍ରାମ ପଞ୍ଚାୟତ ଗୁଦୁଗୁଦା ସାପ୍ତାହିକ ବୁଧବାର ବଜାର ନିକଟରେ ଥିବା ପାନୀୟ ଜଳ ପ୍ରକଳ୍ପ ପ୍ରାୟ 2 ମାସ ହେଲା ଅଚଳ ହୋଇ ଯାଇଥିବା ଦେଖିବାକୁ ମିଳୁଛି l 2016-17 ଆର୍ଥିକ ବର୍ଷରେ ବୌଦ୍ଧ ବ୍ଲକ୍ ତରଫରୁ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ 5 ଲକ୍ଷ ଟଙ୍କାର ଅନୁଦାନରେ ଏ ପ୍ରକଳ୍ପ ନିର୍ମାଣ କରା ଯାଇଥିଲା l ଭୁବନେଶ୍ୱର ଏଚ ଆଣ୍ଡ ଏଲ ଏଣ୍ଟରପ୍ରାଇଜେସ୍ ନାମକ ଗୋଟିଏ ଠିକା ସଂସ୍ଥା ଦ୍ବାରା ନିର୍ମାଣ କରା ଯାଇଥିଲା l ନିମ୍ନ ମାନର ସାମଗ୍ରୀ ବ୍ୟବହାର କରି ବିଲ୍ ନେଇ ଠିକାଦାର ଚାଲି ଯାଇଥିଲା ଓ ସେଥିପାଇଁ ବାରମ୍ବାର ପ୍ରକଳ୍ପ ଅଚଳ ହୋଇ ଯାଉଥିବା ଲୋକେ ଅଭିଯୋଗ କରିଛନ୍ତି | ଫଳରେ ପ୍ରକଳ୍ପ ଉପରେ ପିଇବା ପାଣି ପାଇଁ ନିର୍ଭର ଥିବା ପ୍ରାୟ 12 ପରିବାର, ବଜାରକୁ ଆସୁଥିବା ବ୍ୟବସାୟୀ ଓ ଗ୍ରାହକଙ୍କ ସମେତ ରାସ୍ତାରେ ଯାଉଥିବା ଯାତ୍ରୀମାନେ ଘୋର ଅସୁବିଧା ଭୋଗ କରୁଛନ୍ତି | ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏ ପ୍ରକଳ୍ପ ଥିଲେ ମଧ୍ୟ ଠିକ୍ ସମୟରେ ତାର ମରାମତି କରାଯାଉନଥିବା ହେତୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ତୁରନ୍ତ ଏ ପ୍ରକଳ୍ପ ମରାମତି କରାଯିବାକୁ ଜନସାଧାରଣରେ ଦାବୀ ହେଉଛି |