ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା କୋଷାଗାରରୁ ବାହାରିଲେ ୧୦୮ ଭରି ସୁନା ନାଗ, ଉପ-ଜିଲ୍ଲାପାଳ ନିହାର ରଞ୍ଜନ କହଁର ଓ ଏସ.ପି ସୀତାରାମ ସତପଥୀଙ୍କ ଉପସ୍ଥିତି ରେ ବାହାରିଲେ ସୁନା ନାଗ ପ୍ରତିମା ଓ ରୂପା ବିମାନ ।
ଚଳିତ ବର୍ଷ ମନ୍ଦିର ମାଳିନୀ ସୋନପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା କୋଭିଡ କଟକଣା ମଧ୍ୟରେ ପାଳିତ ହେବ ଏଥିପାଇଁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଜିଲ୍ଲା କୋଷାଗାରରୁ ଶୁକ୍ରବାର ବାହାରିଛନ୍ତି ୧୦୮ ଭରି ସୁନା ନାଗ । ସୋନପୁର ଏସ୍ .ପି ସୀତାରାମ ଶତପଥୀ ଏବଂ ଉପ-ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ ଉପସ୍ଥିତିରେ କୋଷାଗାରରୁ ଚଂଦ୍ରଶେଖର ଙ୍କ ପ୍ରତୀକ ୧୦୮ ଭରିର ସୁନା ନାଗ ପ୍ରତିମା ବାହାର କରାଗଲା । ସେବାୟତ ମାନଙ୍କ ଦ୍ୱାରା ପ୍ରଥମେ କୋଷାଗାର ସମ୍ମୁଖରେ ପୂଜା ରୀତି ଅନୁଷ୍ଠିତ ହୋଇଥିଲା । ଥନାପତି ପଡା ସ୍ଥିତ ଚନ୍ଦ୍ରଶେଖର ମନ୍ଦିରରେ କଡା ସୁରକ୍ଷା ଭିତରେ ସୁନାର ନାଗ ରଖା ଯାଇଛି । ଆସନ୍ତା ବୁଧବାର ୧୬ ତାରିଖ ପବିତ୍ର ଶୀତଳ ଷଷ୍ଠୀ ଦିନ ବରବେଶରେ ଏହି ସୁନା ନାଗ ସଜ୍ଜିତ ହୋଇ ବାହାରିବେ । ସୁବର୍ଣ୍ଣମେରୁ ବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ବାବାଙ୍କ ବିବାହ ମାତା ପାର୍ବତୀଙ୍କ ସହ ଅନୁଷ୍ଠିତ ହେବ । ଚଳିତବର୍ଷ କୋଭିଡ କଟକଣା ପାଳନ କରି ବିନା ଶୋଭାଯାତ୍ରାରେ କେବଳ ରୀତିନୀତି ପାଳନ କରି ବିବାହୋତ୍ସବ ଅନୁଷ୍ଠିତ ହେବ ବୋଲି ସୋନପୁର ଉପ ଜିଲ୍ଲାପାଳ ନିହାର ରଞ୍ଜନ କହଁର ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post