ସମଗ୍ର ପଶ୍ଚିମାଞ୍ଚଳ ସହିତ ସମ୍ବଲପୁରରେ କୋଭିଡ ସ୍ଥିତି ସୁଧୁରୁଛି

0 124

ସମ୍ବଲପୁର,୧୨/୬- ଗତ ପ୍ରାୟ ମାସାଧିକ କାଳ ପର୍ଯ୍ୟନ୍ତ କୋଭିଡ ସ୍ଥିତି ବିପନ୍ନ ରହିବାପରେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ଏହାର ଉନ୍ନତି ପରିଲକ୍ଷିତ ହେଉଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ପଜିଟିଭ ରୋଗୀ ୪୧ ଜଣଙ୍କୁ ଚିହ୍ନଟ କରାଯାଇଛି ଓ ସେହି ସମୟରେ ୧୬୦ ଜଣ ରୋଗମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବିଷୟରେ ରାଜ୍ୟ ସରକାରଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ସହିତ ଏହାର ଆଖପାଖ ଜିଲ୍ଲାରେ ମଧ୍ୟ ସ୍ଥିତି ସୁଧିରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ବରଗଡରେ ୬୧, ଦେବଗଡ଼ରେ ୨୦, ଝାରସୁଗୁଡ଼ାରେ ୧୬, ସୁନ୍ଦରଗଡ଼ରେ ୧୫୭, ବଲାଙ୍ଗିରରେ ୩୧, ସୋନପୁରରେ ୩୫ ଓ ବୌଦ୍ଧ ଜିଲ୍ଲାରେ ୫୭ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି, ଯାହାକି ପୂର୍ବାପେକ୍ଷା ଯଥେଷ୍ଟ କମ ରହିଛି । ଯଦି ସ୍ଥିତିରେ ଏପରି ଉନ୍ନତି ପରିଲକ୍ଷିତ ହୋଇ ରହିବ, ତାହେଲେ ଆଗାମୀ ୧୭ ତାରିଖ ପରେ ପଶ୍ଚମାଞ୍ଚଳରେ ଲକଡାଉନ କଟକଣା କମିଯିବାର ଆଶା କରାଯାଉଛି, ଯାହାକି ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତିର ବିଷୟ ।

hiranchal ad1
Leave A Reply

Your email address will not be published.

14 − two =