ପ୍ରାକ୍‌ ମୌସୁମୀ ବର୍ଷାରେ ରାସ୍ତା ଅବସ୍ଥା ବେହାଲ୍‌

0 956

ବୌଦ୍ଧ,୧୩/୬- ଅସରାଏ ପ୍ରାକ୍‌ ମୌସୁମୀ ବର୍ଷାରେ କଣ୍ଟାମାଳ ବ୍ଲକ୍‌ ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ ଟାଙ୍ଗିଆପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବେହାଲ୍‌ ହୋଇଯାଇଛି । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପଲସାଗୋରା ବଜାରକୁ ଯିବାଆସିବା କରିବା ପାଇଁ ଲୋକେ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ନିକଟରେ ଗୋଟିଏ ପୋଖରୀର ମାଟି ଖୋଳା କାମ ଚାଲିଥିବା ବେଳେ ପୋଖରୀର ପଙ୍କୁଅ। ଓ ଖଲିଆ ମାଟି ଆଣି ଏ ରାସ୍ତାରେ ପକାଯାଇଥିଲା ଫଳରେ ବର୍ଷା ହେବା ପରେ ରାସ୍ତା ଅବସ୍ଥା ସଙ୍ଗୀନ ହୋଇପଡିଛି । ଯାନବାହନ ଯିବା ତ ଦୂରର କଥା ଚାଲି ଚାଲି ଯିବା ପାଇଁ ମଧ୍ୟ ସମ୍ଭବ ହେଉ ନାହିଁ । ତୁରନ୍ତ ଏ ରାସ୍ତାରେ କାଦୁଅ ମାଟିକୁ ବାହାରକରି ମୋରମ ବିଛାଇ ଗମନାଗମନ ଉପଯୋଗୀ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 − 5 =