ଉମା ଗାଁ ପୋଖରୀ ମାଛମରା ଘଟଣା:ସାମ୍ବାଦିକ ଅନୁଷ୍ଠାନଙ୍କ ତରଫରୁ କ୍ଷୋଭ ପ୍ରକାଶ

0 523

କଣ୍ଟାମାଳ,୧୩/୬- ଗତ ୮ ତାରିଖରେ କଣ୍ଟାମାଳବ୍ଲକ ଉମା ପଞ୍ଚାୟତ ସଦର ମହକୁମା ସରକାରୀ ବନ୍ଧରୁ ଶତାଧିକ ଲୋକେ କରୋନା କଟକଣାକୁ ବେଖାତିର କରି ମାଛ ମାରୁଥିବା ସଂପର୍କୀୟ ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ତରଫରୁ ତଦନ୍ତ କରାଯାଇଥିଲା । ଭିଡିଓରେ ଲୋକମାନଙ୍କୁ ଚିହ୍ନିପାରୁନଥିବା ଦର୍ଶାଇ ଭିଡିଓ ଉତ୍ତୋଳନ କରିଥିବା ଜଣେ ସାମ୍ବାଦିକଙ୍କୁ ବିଡିଓ ଲୋକମାନଙ୍କର ପରିଚୟ ମାଗିଥିଲେ । ସଠିକ ଭାବେ ପଞ୍ଚାୟତ ଅଧିକାରୀ କିମ୍ବା ସରପଞ୍ଚଙ୍କ ଠାରୁ ତଥ୍ୟ ସଂଗ୍ରହନକରି ସାମ୍ବାଦିକଙ୍କୁ ନକରାତ୍ମକ ଖବର ପ୍ରଚାର କରୁଥିବା ବିଡିଓ ଓଲଟା ଅଭିଯୋଗ କରିଥିଲେ । ଏନେଇ ବୌଦ୍ଧଜିଲ୍ଲାର ବିଭିନ୍ନ ସାମ୍ବାଦିକ ଅନୁଷ୍ଠାନ ତୀବ୍ର ଅସନ୍ତୋଷ ପ୍ରକାଶ କରିବାସହ କ୍ଷୋଭ ପ୍ରକାଶ କରିଛନ୍ତି । ଜିଲ୍ଲା ସାମ୍ବାଦିକ ଫୋରମ ତରଫରୁ ଏହାକୁ ନିନ୍ଦା କରିବାସହ ଘଟଣା ଘଟିଥିବା ପଞ୍ଚାୟତରେ ସରପଞ୍ଚଙ୍କୁ ଉତ୍ତରଦାୟୀ କରିବାପାଇଁ ଦାବି କରାଯାଇଛି । ବୌଦ୍ଧ ଜିଲ୍ଲାପାଳଙ୍କୁ ଫୋରମ ତରଫରୁ ସ୍ୱତନ୍ତ୍ରଭାବେ ଅବଗତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ ଦ୍ୱାରା ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଅସନ୍ତୋଷ ବ୍ୟକ୍ତ କରଯିବା ସହ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ ଦାବୀ କରାଯାଇଛି । ସଂଘର ଉପ ସଭାପତି ପ୍ରଭାତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କରୋନା କଟକଣା ବେଳେ ଉମା ପୋଖରୀରେ ମାଛ ମାରିବା ଭଳି ଘଟଣାକୁ ନେଇ ସଠିକ ଖବର ଛାପି ପରୋକ୍ଷରେ ପ୍ରଶାସନକୁ ସହଯୋଗ କରିଥିବା ସାମ୍ବାଦିକ ବଂଶୀଧର ମାଝୀଙ୍କୁ ସମର୍ଥନ କରାଯାଇଥିଲା । ବିଡିଓଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିବାସହ ସଂଘର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିବାସହ ନିନ୍ଦା କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 2 =