ନୂଆଦିଲ୍ଲୀ : ଜୁନ୍ ୧୮ ରୁ ସାଉଥମ୍ପଟନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲ୍ ଖେଳିବ ଭାରତ । ଏହି ମ୍ୟାଚ୍ ସହିତ ଟିମ୍ ଇଣ୍ଡିଆ ଆଇସିସି ଟୁର୍ନାମେଣ୍ଟରେ ସର୍ବାଧିକ ୧୦ ଫାଇନାଲ ଖେଳିବା କ୍ଷେତ୍ରରେ ଅଷ୍ର୍ଟ୍ରେଲିଆ ସହିତ ସମକକ୍ଷ ହେବ । ସେହିପରି ନ୍ୟୁଜିଲାଣ୍ଡ ଦଳର ୫ ତମ ଆଇସିସି ଫାଇନାଲ ମ୍ୟାଚ୍ ଖେଳିବ । ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମିଳିତ ଭାବେ ୮-୮ ଫାଇନାଲ୍ ଖେଳି ତୃତୀୟ ସ୍ଥାନରେ ରହିଛନ୍ତି । ଆଇସିସି ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ମୋଟ ୫୩ ଫାଇନାଲ ଖେଳାଯାଇଛି । ସର୍ବନିମ୍ନ ଦକ୍ଷିଣ ଆଫ୍ରିକା ଗୋଟିଏ ଫାଇନାଲରେ ଖେଳିଛି ।
ଯଦି ଟିମ୍ ଇଣ୍ଡିଆ ଡବ୍ଲୁଟିସି ଫାଇନାଲ୍ ଜିତେ, ତେବେ କୌଣସି ଆଇସିସି ଟୁର୍ନାମେଣ୍ଟର ଫାଇନାଲରେ ଏହା ସେମାନଙ୍କର ୫ତମ ବିଜୟ ହେବ । ଏହି ପରିପ୍ରେକ୍ଷୀରେ ସେ ଦ୍ୱିତୀୟ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ ସହ ସମକକ୍ଷ ହେବ । ଏହି ମାମଲାରେ ଅଷ୍ର୍ଟ୍ରେଲିଆ ଶୀର୍ଷରେ ରହିଛି ।୧୦ ଆଇସିସି ଫାଇନାଲ ମୁକାବିଲାରୁ ୭ ଟି ଟାଇଟଲ ମ୍ୟାଚ୍ ଜିତିଛି ।
Sign in
Sign in
Recover your password.
A password will be e-mailed to you.