ପଶ୍ଚିମଓଡ଼ିଶାରେ ସଂକ୍ରମଣ ହ୍ରାସ ଯୋଗୁଁ କରୋନା କଟକଣାରେ କୋହଳ ଆଶା

0 166

ସମ୍ବଲପୁର : ବିଗତ କିଛି ସପ୍ତାହ ହେଲା ପଶ୍ଚିମଓଡ଼ିଶା ଓ ବିଶେଷ କରି ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଚାରୋଟି ଯାକ ଜିଲ୍ଲାରେ କରୋନା ସ୍ଥିତି ଯଥେଷ୍ଟ ସୁଧିରିଛି । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଏହି ଅଞ୍ଚଳରେ କରୋନା କଟକଣାରେ ଯଥେଷ୍ଟ କୋହଳ କରାଯିବା ଆଶା କରାଯାଉଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୪ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ଓ ୧୦୭ଜଣ ଆରୋଗ୍ୟ ଲାଭକରି ଘରକୁ ଫେରିଛନ୍ତି ତଥା ସଂକ୍ରମଣ ହାର ମାତ୍ର ୧.୮ ପ୍ରତିଶତ ରହିଛି । ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ୧୩ଜଣ ପଜିଟିଭ ଚିହ୍ନଟ, ୮୦ ଜଣ ଆରୋଗ୍ୟ ତଥା ସଂକ୍ରମଣ ହାର ମାତ୍ର ୧.୩ ପ୍ରତିଶତ, ଦେବଗଡ଼ରେ ୨୬ଜଣ ପଜିଟିଭ ଚିହ୍ନଟ, ୬୨ ଜଣ ରୋଗମୁକ୍ତ ତଥା ସଙ୍କ୍ରମଣ ହାର ୪.୬ ପ୍ରତିଶତ ସହିତ ବରଗଡ଼ ଜିଲ୍ଲା ରେ ୧୮ ପଜିଟିଭ ଚିହ୍ନଟ, ୧୮୪ଜଣ ରୋଗମୁକ୍ତ ତଥା ସଙ୍କ୍ରମଣ ହାର ୪.୪ ପ୍ରତିଶତ ଦେଖାଯାଇଛି ।

hiranchal ad1
Leave A Reply

Your email address will not be published.

thirteen − twelve =