ଗୋହତ୍ୟା ବନ୍ଦ ଦାବିରେ ପୁଲିସ ଥାନାରେ ବିରୋଧ ପ୍ରଦର୍ଶନ

0 136

ସମ୍ବଲପୁର : ନିରନ୍ତର ଦୃଷ୍ଟି ଆକର୍ଷଣ କରିବା ସତ୍ତେ୍ୱ୍ୱ ପୁଲିସ ପକ୍ଷରୁ ଆପେକ୍ଷିତ କାର୍ଯ୍ୟାନୁଷ୍ଠାନ ଅଭାବରେ ସମ୍ବଲପୁର ନଗରନିଗମ ଅଞ୍ଚଳରେ ବେଆଇନ ଗୋହତ୍ୟା ଅବ୍ୟାହତ ରହିଛି । ଭାରତୀୟ ଜନତା ପାର୍ଟି ଓ ବଜରଙ୍ଗ ଦଳର ବରିଷ୍ଠ ନେତାମାନେ ଆଜି ଗୋହତ୍ୟା ସମ୍ପୃକ୍ତ ଅଞ୍ଚଳର ଧନୁପାଲି ପୁଲିସ ଥାନା ରେ ପହଞ୍ଚି ଏବିଷୟରେ ପୁଲିସ କୁ ସ୍ଥିତି ଜଣାଇବା ସହିତ ବିରୋଧ ପ୍ରଦର୍ଶନ କରିଥିଲେ । ସେମାନଙ୍କ କହିବା ଅନୁସାରେ ଗତକାଲି ଓ ଆଜି ମଧ୍ୟ ଗୋହତ୍ୟାକାରୀଙ୍କଠାରୁ ୪୦-୫୦ ଗୋରୁ ଅସହାୟ ଅବସ୍ଥାରେ ଉଦ୍ଧାର କରାଯାଇଛି ଓ ପୁଲିସକୁ ସୂଚିତ କରାଯାଇଥିଲା । ସବୁଠାରୁ ଦୁଃଖର ବିଷୟ ଯେ ସବୁକିଛି ଜାଣିଶୁଣି ମଧ୍ୟ ପୁଲିସ ରହସ୍ୟମୟ ଭାବେ ନୀରବ ରହୁଛି ।ଭାଜପା ଜିଲ୍ଲା ସଭାପତି ଓ ପୂର୍ବତନ ନଗରପାଳ ଗିରିଶ ପଟେଲ ଓ ପୂର୍ବ ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ଓ ଟାଉନ ସଭାପତି ଦାମୋଦର କରଙ୍କ ସହିତ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ସେଠାରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eleven − seven =