ବୌଦ୍ଧ : କମିକମି ଆସୁଛି ସଂକ୍ରମଣ, ଏକ ଅଙ୍କରେ ବୌଦ୍ଧ ଏନ.ଏ.ସି. ଓ ହରଭଙ୍ଗା ବ୍ଲକ୍‌

0 1,258

ବୌଦ୍ଧ,୧୫/୬- ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଉଥିବା ଆଶ୍ୱସ୍ତିର ବିଷୟ ଅଟେ । ଗୋଟିଏ ଦିନକୁ ଛାଡି ଦେଲେ ଶତକ ତଳେ ରହିଛି ଦୈନିକ ଆକ୍ରାନ୍ତ ସଂଖ୍ୟା । ଆଜି ଜିଲ୍ଲାରେ ୫୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଜିଲ୍ଲାରେ ଅଧିକ କରୋନା ରୋଗୀ ବାହାରିଥିବା ହରଭଙ୍ଗା ବ୍ଲକ୍‌ ଅଞ୍ଚଳରେ ଆଜି ମାତ୍ର ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ଆଜି ମାତ୍ର ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ବୌଦ୍ଧ ବ୍ଲକ୍‌ରୁ ୧୪ ଜଣ ଓ କଣ୍ଟାମାଳ ବ୍ଲକରୁ ୩୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବରଗୋଛା ଗ୍ରାମ ପଞ୍ଚାୟତ ଖଜରୋଜ ଗ୍ରାମରୁ ସର୍ବାଧିକ ୧୮ ଜଣ କରୋନା ପଜିଟିଭ ବାହାରିବା ହେତୁ ଉକ୍ତ ସଂଖ୍ୟାରେ ବୃଦ୍ଧି ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜିପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାରେ ମୋଟ ୧୧୬୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୨୬୮ ଜଣ ସୁସ୍ଥ ହୋଇ ଯାଇଥିବା ବେଳେ ୧୩୧୦ ଜଣ ଚିକିତ୍ସାଧୀନ ରହିଛନ୍ତି । ଜିଲ୍ଲାରେ ୭୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି ।

hiranchal ad1
Leave A Reply

Your email address will not be published.

four × 2 =