ବୌଦ୍ଧ ସହରକୁ ନିର୍ମଳ ଓ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପ୍ରସ୍ତାବ ଦେଲା ଲୟର୍ସ ଫୋରମ

0 202

ବୌଦ୍ଧ,୧୬/୦୬ – ବୌଦ୍ଧ ସହରାଞ୍ଚଳ କୁ ନିର୍ମଳ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମହାନଦୀର ଅପର ପାର୍ଶ୍ୱରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ପ୍ରସ୍ତାବ ଦେଇଛି ବୌଦ୍ଧ ଲୟର୍ସ ଫୋରମ । ମହାନଦୀର ଜଳପ୍ରବାହ ବୌଦ୍ଧ ସହର ପାର୍ଶ୍ୱରେ କମ୍‌ ରହୁଥିବା ହେତୁ ଖରାଦିନେ ଜଳ ସଙ୍କଟ ସବୁବେଳେ ଦେଖା ଦେଉଛି । ଗୋଳିଆପାଣି ବର୍ଷସାରା ବୌଦ୍ଧ ସହରାଞ୍ଚଳ ଲୋକଙ୍କୁ ଯୋଗାଣ ହେଉଛି । ମହାନଦୀର କିଆକଟା ପାର୍ଶ୍ୱରେ ବର୍ଷ ସାରା ନିର୍ମଳ ଓ ଗଭୀର ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି । କିଆକଟା ଠାରୁ ରେଢାଖୋଲ ସହରକୁ ଜଳଯୋଗାଣ ହେଉଥିବା ବେଳେ ବୌଦ୍ଧ ସହରାଞ୍ଚଳ ପାଇଁ ମଧ୍ୟ କିଆକଟା ପାର୍ଶ୍ୱରେ କିମ୍ବା ମର୍ଜାକୁଦର ଅପରପାର୍ଶ୍ୱ କୂଳରେ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯିବାକୁ ଫୋରମ ଜିଲ୍ଲାପାଳଙ୍କ ନିକଟରେ ପ୍ରସ୍ତାବ ରଖିଛି । ଯାହା ଫଳରେ ଜଳସଙ୍କଟ ଆଉ ରହିବ ନାହିଁ ଓ ବୌଦ୍ଧ ସହରାଞ୍ଚଳ ଲୋକେ ବର୍ଷସାରା ନିର୍ମଳ ଓ ବିଶୁଦ୍ଧ ଜଳ ପାଇ ପାରିବେ ବୋଲି ଆଶା ବ୍ୟକ୍ତ କରିଛି । ଲୟର୍ସ ଫୋରମ ପକ୍ଷରୁ ସଭାପତି ଚନ୍ଦ୍ରଶେଖର ପାଢୀ, ଉପସଭାପତି କୃଷ୍ଣଚନ୍ଦ୍ର ମେହେର ଓ ସମ୍ପାଦକ ଶାନ୍ତନୁ କୁମାର୍‌ ମହାପାତ୍ର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

6 + 3 =