ବିଧାୟକ ଲେଖିଲେ ଚିଠି, ତୃଣମୂଳ ସ୍ୱାସ୍ଥ୍ୟକର୍ମୀଙ୍କ ପାଉଣା ବୃଦ୍ଧି କରାଯାଉ

0 448

ବଲାଙ୍ଗୀର : ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ତୃଣମୂଳ ସ୍ୱାସ୍ଥ୍ୟକର୍ମୀ ଆଶା, ଆଶା ସାଥି, ଅଙ୍ଗନବାଡି କର୍ମୀଙ୍କ ପାରିତୋଷିକ ରାଶି ବୃଦ୍ଧି ପାଇଁ ବିଚାର କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସ୍ୱାସ୍ଥ୍ୟସେବା ବିଶେଷତଃ କୋଭିଡ ମହାମାରୀ ସମୟରେ ଆଶା, ଆଶା ସାଥି, ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟା ଗୁରୁତ୍ୱପୂର୍ଣ୍ଣ । ସରକାର ମଧ୍ୟ କୋଭିଡ ଯୋଦ୍ଧା ମାନ୍ୟତା ଦେଇଛନ୍ତି । ସେହିପରି ଅପ୍ରେଲ ୨୦୨୧ରୁ ସେପ୍ଟେମ୍ବର ୨୦୨୧ ପାଇଁ ଅସ୍ଥାୟୀ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । କିନ୍ତୁ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଦିଆଯାଉଥିବା ପାଉଣା କମ୍‌ ଅଛି । ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳୁଥିବା ବେଳେ ମିଳୁଥିବା ପାରିତୋଷିକ ପରିବାର ପ୍ରତିପୋଷଣ ପାଇଁ ନିଅଣ୍ଟ । ପୁଣି କାର୍ଯ୍ୟ ସମୟ ଓ ଦାୟିତ୍ୱ ଦୃଷ୍ଟିରୁ ଅନ୍ୟ ସରକାରୀ କର୍ମଚାରୀ ତୁଳନାରେ କିଛି କମ୍‌ ନୁହେଁ । ଏଣୁ ଏ ଯୋଦ୍ଧାଙ୍କୁ ଅନ୍ୟ ବିକଶିତ ରାଜ୍ୟ ଭଳି ପାଉଣା ବା ପାରିଶ୍ରମିକ ଦେବା ପାଇଁ ନିଷ୍ପତ୍ତି ନେବା ପାଇଁ ବିଧାୟକ ତାଙ୍କ ଚିଠିରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 + 15 =