ଠିକା ସଂସ୍ଥାର ମନମାନି ଯୋଗୁଁ ପାଣିଘେରରେ ନକୁଆନାଳୀ ଗ୍ରାମବାସୀ

0 200

ବୌଦ୍ଧ/ଜହ୍ନାପଙ୍କ,୧୭/୬- ବୁଟୁପାଲି-ବଘିଆପଡା ୧୮ କିମି ପୂର୍ତ୍ତବିଭାଗ ରାସ୍ତା ଉନ୍ନତିକରଣ କାର୍ଯ୍ୟ ଚାଲିଛି । ଏହି ରାସ୍ତାକାମ ଏ ଆରଏସ୍‌ଏସ୍‌ ଠିକା ସଂସ୍ଥା କରୁଛି । ତେବେ ଗାଁର ପାଣି ନିଷ୍କାସନ ପାଇଁ ରାସ୍ତାକଡରେ ଥିବା ଡ୍ରେନ ପୋତିଦେଇଥିବାରୁ ସାମାନ୍ୟ ବର୍ଷାରେ ପାଣି ନିଷ୍କାସନ ହୋଇନପାରି ଜଳଘରରେ ରହିଛନ୍ତି ନକୁଆନାଳିି ଗ୍ରାମବାସୀ । ଏନେଇ ପୂର୍ବରୁ ଗ୍ରାମବାସୀ ଅନେକଥର ଠିକାସଂସ୍ଥାକୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ହୋଇନାହିଁ । ତୁରନ୍ତ ଏହାର ପ୍ରତିକାର ନକଲେ ଗ୍ରାମବାସୀ ନିର୍ମାଣ କରିଥିବା ପିଚୁ ରାସ୍ତାକୁ କାଟି ଦେବାକୁ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 11 =