ଭୁବନେଶ୍ୱର : ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ଅପରପକ୍ଷରେ ପରୀକ୍ଷା ଫଳ କେଉଁ ଆଧାରରେ ହେବ ସେ ସଂକ୍ରାନ୍ତରେ ବି ସବିଶେଷ ତଥ୍ୟ ଦିଆଯାଇଛି । ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂରୀଭୂତ ହୋଇପାରିଛି । ସିବିଏସଇର ସୂଚନା ଅନୁଯାୟୀ ୩୦ : ୩୦ : ୪୦ ଅନୁପାତରେ ଦ୍ୱାଦଶ ଶ୍ରେଣୀର ମୂଲ୍ୟାୟନ କରାଯିବ । ଅର୍ଥାତ ଦଶମ ଶ୍ରେଣୀ ପରୀକ୍ଷାର ନମ୍ବରକୁ ୧୦%, ଏକାଦଶ ଶ୍ରେଣୀ ପରୀକ୍ଷାକୁ ୩୦% ଓ ଦ୍ୱାଦଶ ଶ୍ରେଣୀ ପ୍ରିବୋଡର଼୍ ନମ୍ବରକୁ ୪୦ ପ୍ରତିଶତ ଗୁରୁତ୍ୱ ଦିଆଯିବ । ସିବିଏସଇ ପକ୍ଷରୁ ଗଠିତ ୧୩ ଜଣିଆ ବିଶେଷଜ୍ଞ କମିଟି ଏହି ଫର୍ମୂଲା ସପକ୍ଷରେ ଥିବାବେଳେ ଏସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ।